ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ସିଏଚସିକୁ ଓଡ଼ିଶା ରାଇଜିଙ୍ଗ ଫାଉଣ୍ଡେସନ, ଭୁବନେଶ୍ୱର ପକ୍ଷରୁ ୨ଟି ଅକ୍ସିଜେନ କନ୍ସେନ୍ଟ୍ରେଟର୍ ପ୍ରଦାନ କରାଯାଇଛି । ଏଥିରେ ଫାଉଣ୍ଡେସନର ଆଇନ ପରାମର୍ଶ ଦାତା ବ୍ରଜେନ୍ଦ୍ର କିଶୋର ପଣ୍ଡା ଯୋଗ ଦେଇଥିଲେ । ଏହି ଅବସରରେ ଲୋଇସିଂହା ବ୍ଲକ ସରପଞ୍ଚ ସଂଘ ସମ୍ପାଦକ ସୁନୀଲ ଅଗ୍ରୱାଲ, ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼. ପ୍ରତିମା ସୋରେନ, ଡ଼. ଶେଖର ଲାଲ ପଧାନ, ପିଏଚଇଓ ରମେଶ ସାହୁ, ବିପିଏମ ସନ୍ତୋଷ ଦୋରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଝାରମୁଣ୍ଡ। ଏଥଲେଟିକ ଏସୋସିଏସନର ସଭାପତି ଶ୍ୟାମ ସୁନ୍ଦର ମେହେର ସଂଯୋଜନା କରିଥିଲେ ।