pakka

କୋଷାଗୁମୁଡା ବ୍ଲକ ଯୁବ କଂଗ୍ରେସ ସଭାପତି ହେଲେ ଧନୁର୍ଜୟ ବିଷୋୟୀ

bbehera

କୋଷାଗୁମୁଡା, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକ କଂଗ୍ରେସ ଦଳର ବରିଷ୍ଠ କର୍ମକର୍ତ୍ତା ମାନଙ୍କର ଏକ ଗୁରୁତୁଃପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଦଳରେ ବିଭିନ୍ନ ସାଙ୍ଗଠନିକ ସମ୍ୟସା ଗୁଡ଼ିକ ବିଷୟରେ ଆଲୋଚନା କରାଯାଇଥିବା ବେଳେ ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଓ ବ୍ଲକର ବରିଷ୍ଠ କାର୍ଯ୍ୟକର୍ତ୍ତା ଧରମ ସିଂ, କୁସିଆ ମାଝୀ, ବ୍ଲକ କଂଗ୍ରେସ ସଭାପତି ସଞ୍ଜିବ ବିଷୋୟୀ, ଯୁବ କଂଗ୍ରସର ଉପସଭାପତି ବାବୁଲି ବାଘ, ପଦ୍ମସାଏ ମାଳି ପ୍ରମୁଖଙ୍କ ଉପସ୍ଥିତିରେ ଧନୁର୍ଜୟ ବିଷୋୟୀଙ୍କୁ ଯୁବ କଂଗ୍ରେସର ସଭପତି ଭାବେ ଚୟନ କରାଯାଇଛି । ଆଗାମୀ ୨୦୨୪ ନିର୍ବାଚନକୁ ଆଖିଆଗରେ ରଖି ଦଳୀୟ କର୍ମକର୍ତ୍ତା ମାନଙ୍କୁ ସକ୍ରିୟ ହୋଇ ଦଳକୁ ମଜଭୁତ କରି ଜନସାଧାରଣଙ୍କ ଆସ୍ଥଭାଜନ ହେବାପାଇଁ ଉପସ୍ଥିତ ଥିବା କର୍ମୀମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

jay balangir
Leave A Reply

Your email address will not be published.

six − 3 =

error: Content is protected !!