pakka

ଛତାମଖନା ସମବାୟ ସମିତି ନିର୍ବାଚନ : ନିର୍ଦ୍ଵନ୍ଦରେ ନିର୍ବାଚିତ ହେଲେ ସମସ୍ତ ପ୍ରାର୍ଥୀ

bbehera

-ସ୍ମାରକ ସଭାପତି ପଦ ପାଇଁ ମୁଖ୍ୟ ଦାବୀଦାର
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ଛତାମଖନା ସମବାୟ ସମିତିର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ସମସ୍ତ ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଗୋଟିଏ ସମିତିର ସମସ୍ତ ପ୍ରାର୍ଥି ନିଦ୍ୱର୍ନ୍ଦରେ ନିର୍ବାଚିତ ହେବା ଏହା ପ୍ରଥମ ଘଟଣା । ସୂଚନା ମୁତାବକ ସମିତିରେ ଥିବା ୧୫ ଗୋଟି ନିର୍ବାଚନ ମଣ୍ଡଳିର ନିର୍ବାଚନ ମଣ୍ଡଳି ୧ରୁ କେଶବ କରନ, ୨ରୁ ଶ୍ରୀକର ପ୍ରଧାନ, ୩ରୁ ପ୍ରଶାନ୍ତ ପାତ୍ର, ୪ରୁ ଗୁପ୍ତେଶ୍ୱର ବାଗ, ୫ରୁ ସ୍ମାରକ ରଞ୍ଜନ ମିଶ୍ର, ୬ରୁ ରଥ ଖମାରୀ, ୭ରୁ ବଶିଷ୍ଠ ଡାଙ୍ଗ, ୮ରୁ ସୁଶାନ୍ତ ପାତ୍ର, ୯ରୁ ତୃପ୍ତିମୟୀ ମିଶ୍ର, ୧୦ରୁ ଶୁକାନ୍ତି ନଏକ, ୧୧ରୁ ଅକୃର ବାରିକ, ୧୨ରୁ ବେଟିଖାଉ ବେହେରା, ୧୩ରୁ ରବିନ୍ଦ୍ର ମଲ୍ଲିକ, ୧୪ରୁ ସୁଶାନ୍ତ କୁମାର ଷଡଙ୍ଗୀ ଓ ୧୫ରୁ ନମିତା ବାଗ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ତେବେ ଏଭଳି ସ୍ଥିତିରେ ଛତାମଖନା ନିର୍ବାଚନ ମଣ୍ଡଳୀ ୫ର ପ୍ରାର୍ଥୀ ସ୍ମାରକ ରଞ୍ଜନ ମିଶ୍ର ସମିତି ସଭାପତି ହେବା ନେଇ ମୁଖ୍ୟ ଦାବୀଦାର ଅଟନ୍ତି ବୋଲି ନିର୍ବାଚିତ ପ୍ରତିନିଧିମାନେ ମତ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

two × one =

error: Content is protected !!