csstore

ନବରଙ୍ଗପୁର ସରସ୍ଵତୀ ବିଦ୍ୟା ମନ୍ଦିର ପୂରାତନ ଛାତ୍ର ସଂସଦର ନୂତନ କମିଟି ଓ କାର୍ଯ୍ୟାଳୟ ଉଦ୍‌ଘାଟିତ

ନବରଙ୍ଗପୁର : ନବରଙ୍ଗପୁର ସରସ୍ଵତୀ ବିଦ୍ୟା ମନ୍ଦିରର ପୂରାତନ ଛାତ୍ରମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ସଂଖ୍ୟାରେ ପୂର୍ବ ଛାତ୍ରଛାତ୍ରୀ ଏବଂ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ପୁରାତନ ଛାତ୍ର ସଂସଦର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ କରାଯାଇଥିବା ସହିତ ସଂଘର ନୂତନ କମିଟି ପ୍ରସ୍ତୁତ କରାଯାଇଥିଲା । ଉକ୍ତ ବୈଠକରେ ଦକ୍ଷିଣ ସମ୍ଭାଗ ପ୍ରମୁଖ ମିହିର କୁମାର ମିଶ୍ର ଏବଂ ଶିଶୁ ମନ୍ଦିର ପ୍ରଧାନ ଗୁରୁଜୀ ଦେବେନ୍ଦ୍ର ଧାକଡ ଅଧ୍ୟକ୍ଷତା କରିଥିଲେ ।
ସଂଘର ନୂତନ ସଭାପତି ଭାବେ ଦିବ୍ୟସିଂହ ପଟ୍ଟନାୟକ, ଉପସଭାପତି ଶିବ ଶଙ୍କର ପଟ୍ଟନାୟକ, ସମ୍ପାଦକ ସି.ଏଚ. ଭେଙ୍କେଟେଶ, ସହ ସମ୍ପାଦକ ଆଲୋକ ସାହୁ, ଯୁଗ୍ମ ସମ୍ପାଦକ ଲଲିତ ଜୈନ, କୋଷାଧ୍ୟକ୍ଷ ପି. ମନିକଣ୍ଟା, ପୀୟୂଷ ଜୈନ, କାର୍ଯ୍ୟାଳୟର ପ୍ରମୁଖ ସୋମେଶ୍ୱର ସାହୁ, ଆଲୋକ ପାଣିଗ୍ରାହୀ, ସିଦ୍ଧାର୍ଥ ପଣ୍ଡାଙ୍କୁ ମନୋନିତ କରାଯାଇଥିଲା । ଏହି ବୈଠକରେ ଅଜିତ ପଟ୍ଟନାୟକ, ସୁମନ୍ତ ଜୈନ, ଡଃ. ହିମାଂଶୁ ଶେଖର ମିଶ୍ର, ଗିରିଶ ଆଚାରୀ, ସିଏଚ. ରମେଶ, ଟି. ନିକେଶ୍ ଯୋଗ ଦେଇଥିଲେ । ବରିଷ୍ଠ ଗୁରୁଜୀ ବାବୃ ବାରିକ ଧନ୍ୟବାଦ୍ ଜ୍ଞାପନ କରି ଆଜାଦିର ଅମୃତ ମହୋତ୍ସବର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ । ଶେଷରେ ରାଷ୍ଟ୍ର ଗୀତିକା ବନ୍ଦେ ମାତରମ୍ ଗାନ କରି ସଭା ଶେଷ କରାଯାଇଥିଲା ।

jayashree
Leave A Reply

Your email address will not be published.