କୋଇଲା କାଳିମାରେ ଛ‌ନ୍ଦି ହୋଇଗଲେ ଦିଲୀପ ରାୟ : ୩ ବର୍ଷ ଜେଲ ଦଣ୍ଡାଦେଶ କଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ

ନୂଆଦିଲ୍ଲୀ : କୋଇଲା କାଳିମାରେ ଛ‌ନ୍ଦି ହୋଇଗଲେ ଦିଲୀପ ରାୟ । କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହିତ ୧୦ ଲକ୍ଷ ଟଙ୍କାର ଜରିମାନା ଆଦେଶ କରିଛନ୍ତି । ଏହି ମାମଲାରେ ଅଦାଲତ ଦୋଷୀ ସାବ୍ୟସ୍ତ ଅନ୍ୟ ଦୁଇ ପୂର୍ବତନ ସରକାରୀ ଅଧିକାରଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ କରାଦଣ୍ଡାଦେଶ ଓ ୧୦ ଲକ୍ଷ ଟଙ୍କାର ଜରିମାନାରେ ଦଣ୍ଡିତ କରିଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.