ଢ଼ାବାରେ ଦେଓଗାଁ ପୁଲିସ ଚଢ଼ାଉ : ୫୦ ଲିଟର ବିଦେଶୀ, ୨୦ ଲିଟର ଖୋଲାମଦ ଜବତ, ଜଣେ କୋର୍ଟ ଚାଲାଣ

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼-ବୋରିବୁମା ଜାତୀୟ ରାଜପଥ୨୬ ବଲାଙ୍ଗୀର-ଦେଓଗାଁ ରାସ୍ତାର ସାଗରପାଲି ଛକ ଠାରେ ଥିବା ଏକ ଢ଼ାବାରେ ଦେଓଗାଁ ପୁଲିସ ଚଢ଼ାଉ କରି ବିପୁଳ ପରିମାଣରେ ବିଦେଶୀ ଓ ଦେଶୀ ମଦକୁ ଜବତ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ ହୋଇଥିବା ବ୍ୟକ୍ତି ଜଣକ ସାଗରପାଲି ଗାଁର ଗୌରାଙ୍ଗ ରଣା । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ଯାଇଥିବା ଜଣାପଡିଛି ।

ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଦେଓଗାଁ ଥାନା ଅନ୍ତର୍ଗତ ସାଗରପାଲି ଛକଠାରେ ଥିବା ଢ଼ାବାରେ ବେଆଇନ ଭାବରେ ମଦ କାରବାର ହେଉଥିବାର ଖବର ପାଇ ଦେଓଗାଁ ପୁଲିସ ଗତ ଶନିବାର ଦିନ ଚଢ଼ାଉ କରିଥିଲା । ଚଢ଼ାଉ ସ୍ଥାନରୁ ନାମୀ ଦାମୀ ବ୍ରାଣ୍ଡର ବିୟର ସହ ବିଭିନ୍ନ ପ୍ରକାରର ବିଦେଶୀ ମଦ ସହ ଖୋଲା ଦେଶୀ ମଦ ଜବତ କରିଥିଲା । ଯେଉଁଠିରେ ବିଦେଶୀ ମଦ ୫୦.୨୪୫ ଲିଟର ଥିବା ବେଳେ ଦେଶୀ ଖୋଲା ମଦ ୨୦ଲିଟର ରହିଛି । ପୁଲିସ ଏନେଇ କେସ ନମ୍ବର ୧୦୩ରେ ଏକ ମାମଲା ରୁଜୁ କରି ଏହି କାରବାର କରୁଥିବା ସାଗରପାଲି ଗାଁର ଗୌରାଙ୍ଗ ରଣାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ତାରାବତୀ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.