pakka

କ୍ଳଷ୍ଟର ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ତିଆଢିପା ଆଞ୍ଚଳିକ ସାଧନକେନ୍ଦ୍ରଠାରେ ସିଆରସିସି ଡୋଲାମଣି ମାହାରଙ୍କ ସଭାପତିତ୍ୱରେ କ୍ଳଷ୍ଟର ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳନ କରାଯାଇଥିଲା । ଏଥିରେ ସମସ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ସରକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ରୂପେ ପୂର୍ବତନ ସରପଞ୍ଚ ଭୈରବ ସେଠ, ମୁଖ୍ୟବକ୍ତା ଭାବେ ପାଇକମାଲ ସିଆରସିସି ମହାଦେବ ବେହେରା ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ମାଣ୍ତିଆଢିପା କ୍ଲଷ୍ଟରରେ ନୂତନ ଭାବେ ଯୋଗଦାନ କରିଥିବା ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ଯୋଶୀ ଏବଂ ଶ୍ରୀମତୀ ପ୍ରତିମା ଭୋଇଙ୍କୁ ଉପଢୌକନ ଦେଇ ସ୍ଵାଗତ କରାଯାଇଥିଲା । ଶିକ୍ଷକ ନିମାଇଁ ଚରଣ ସ୍ବାଇଁ, ସଂଜୟ କୁମାର ସାହୁ, ଶୁକଦେବ ହରିଜନ, ପ୍ରତିମା କୁମ୍ଭାର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

three × 4 =