ଲେମଧର ସେବାଶ୍ରମରେ କ୍ଲଷ୍ଟର ସ୍ତରୀୟ ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାରିଂ କ୍ଲଷ୍ଟରର ଲେମଧର ସେବାଶ୍ରମ ବିଦ୍ୟାଳୟରେ ଅଷ୍ଟମ କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ସିଆରସିସି ରାଜେଶ୍ଵର ବେହେରାଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ କୁମାର ସ୍ଵାଇଁ, ମାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପୁରୀ, ଜାରିଂ ନୋଡାଲର ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଶିକ୍ଷକ ବାସୁଦେବ ସାହୁ ଭକ୍ତି ସଂଗୀତ ପରିବେଷଣ କରିଥିଲେ । ପରେ ଜାନୁୟାରୀ ମାସର ଶୈକ୍ଷିକ କ୍ୟାଲେଣ୍ଡର, ପାଠପଢା ସଂପର୍କରେ ବିଶଦ ଆଲୋଚନା ହୋଇଥିଲା । ଭାଷା ଓ ଗଣିତ ଶିକ୍ଷଣ ଆନନ୍ଦଦାୟକ ପରିଶେଷରେ ଶିକ୍ଷାଦେଲେ ଏହା ଦୀର୍ଘ ସ୍ଥାୟୀ ହୋଇପାରିବ ବୋଲି ଆଲୋଚନା ହୋଇଥିଲା । ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ୧୦ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଏଫ୍ଏଲ୍‌ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକରେ ସାମିଲ୍ ହେଇଥିଲେ । ନମିତା ବେହେରା, ଟିକେଶ୍ଵରୀ ସେଠ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସିଆରସିସି ଦୁର୍ବାଦଳ ବଡଗୋଛିଆଙ୍କ ତତ୍ତ୍ଵାବଧାନରେ ବଡ ବାଉଁଶେନ କ୍ଲଷ୍ଟରର କୁର୍କୁଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ, ସିଆର୍‌ସିସି ପ୍ରଭାତ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଟିଗଣ୍ଡପାଲି କ୍ଲଷ୍ଟରର ଗୁଡିମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ସେହିପରି ଅବଶିଷ୍ଟ ୯ଟି କ୍ଲଷ୍ଟରରେ ଅଷ୍ଟମ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.