କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ନଦୀ ଘାଟ ସଫେଇ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗରକୁ କୋଏଲ ଓ ବ୍ରାହ୍ମଣୀ ନଦୀର ବରଦାନ ସ୍ୱରୂପ ଏଠାକାର ବାସିନ୍ଦାମାନଙ୍କୁ ଅନେକ ସୁନ୍ଦର ସୁନ୍ଦର ନଦୀତୁଠ ମିଳିଛି । ସେଥିରୁ ପ୍ରମୁଖ ନଦୀ ତୁଠ ବା ଘାଟ ଭାବରେ ‘ପାନପୋଷ ଓ ବୈକୁଣ୍ଠ’ ଘାଟ ଦ୍ୱୟ ଅନ୍ୟତମ । ଏହାର ଉପଯୋଗୀତା ପ୍ରାୟ ସମସ୍ତ ନଗରବାସୀଙ୍କୁ ଅଜଣା ରହିନାହିଁ । ପୂଜା ପର୍ବପର୍ବାଣି ହେଉ, ଦଶାହ କାର୍ଯ୍ୟ ହେଉ ବା ଅନ୍ୟାନ୍ୟ ଯେକୌଣସି ମାଙ୍ଗଳିକ କାର୍ଯ୍ୟକ୍ରମରେ ଏହାର ପ୍ରାଧାନ୍ୟ ଜଣାପଡେ । ଦୁଃଖର କଥା କେହି କେବେ ଏହି ଘାଟର ସ୍ୱଚ୍ଛତା, ସୌନ୍ଦର୍ଯ୍ୟତା ବା ସବୁବେଳେ ଏହା ବ୍ୟବହାରଯୋଗ୍ୟ ହୋଇ ରହିବାର ଚେଷ୍ଟା ବା ଚିନ୍ତା କରନ୍ତି ନାହିଁ । ଅନେକ ଦିନରୁ ଏହିପରି ଚିଲିଛି । ପୂର୍ବ ଯୋଜନା ଅନୁସାରେ କ୍ଲିନ ଓ ଗ୍ରିନର ସଦସ୍ୟମାନେ ସକାଳ ୭ଟାରୁ ନିରବଚ୍ଛିନ୍ନ ଭାବରେ ପାନପୋଷ ଶ୍ରୀଜଗନ୍ନାଥ ମନ୍ଦିର ସନ୍ନିକଟ ବ୍ରାହ୍ମଣୀ ଘାଟର ପୂର୍ବ ସୌନ୍ଦର୍ଯ୍ୟ ଫେରାଇ ଆଣିବାକୁ ପ୍ରୟାସ କରିଥିଲେ । ଏହା ପୂର୍ବରୁ ଅନେକ ଥର ଏହି ଘାଟ ପାଇଁ ସେସାନେ ରବିବାରର ସେହି ଏକ ଘଣ୍ଟାର ମୂଲ୍ୟବାନ ସମୟ ଉପଯୋଗ କରିଛନ୍ତି । ନିକଟରେ ପବିତ୍ର ‘ଛଟ’ ଓ ‘କାର୍ତ୍ତିକ’ ପାର୍ବଣ ପରେ ଘାଟଟି ଆବର୍ଜନାର ଗନ୍ତାଘର ପାଲଟିଯାଇଥିଲା । ବର୍ତ୍ତମାନ ସମୟ ଆସିଛି, ଘାଟଗୁଡିକୁ ବ୍ୟବହାର କରୁଥିବା ଅଂଚଳବାସିନ୍ଦାମାନେ ସ୍ୱଚ୍ଛ ଓ ସୌନ୍ଦର୍ଯ୍ୟ ପାଇଁ ଅଣ୍ଟା ଭିଡନ୍ତୁ । କାରଣ, ସ୍ୱଚ୍ଛ ସର୍ବେକ୍ଷଣ ୨୦୨୧ ଅନୁସାରେ ଦେଶର ୩୭୨ ମହାନଗର ମଧ୍ୟରୁ ରାଉରକେଲା ସ୍ମାର୍ଟ ସିଟି ୫୩ତମ ସ୍ଥାନ ପାଇ ଏକ ତାରକା ଆବର୍ଜନା ମୁକ୍ତ ସହର ଭାବେ ମାନ୍ୟତା ପାଇବାକୁ ହକଦାର ହୋଇଛି । ତେଣୁ ଏହି ଧାରାକୁ ବଜାୟ ରଖିବା ପାଇଁ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ପ୍ରତିଶ୍ରୁତିବଦ୍ଧ ବୋଲି କୁହାଯାଉଛି ।

Leave A Reply

Your email address will not be published.