pakka

ଦୁର୍ନୀତି ଗ୍ରସ୍ତଙ୍କ ଚରାଭୁଇଁ ପାଲଟିଛି ପଦ୍ମପୁର ଉପଖଣ୍ଡ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସମୟରେ ଦୁର୍ନୀତି ଚରମ ସୀମାରେ ପହଂଚି ସାରିଛି ଏବଂ ଏହାର ଚରାଭୁଇଁ ପାଲଟିଛି ପଦ୍ମପୁର ଉପଖଣ୍ଡ । ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଲୋକଙ୍କ ପାଇଁ କାଳ ସାଜିଥିବା ବେଳେ ତା’ ଠାରୁ ବଳି ଦୁଃଖର କଥା ହେଲା ଯେ ରାଜ୍ୟ ସରକାର ଏଭଳି ଦୁର୍ନୀତି ଖୋର ଅଫିସରଙ୍କୁ ତାଗିଦ କିମ୍ବା କାର୍ଯ୍ୟାନୁଷ୍ଠାନ ବଦଳରେ ତାଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା । ରାଜ୍ୟରେ ମୋ ସରକାର ଏବଂ ୫ଟି ଚାଲୁଥିବା ସମୟରେ ପଦ୍ମପୁର ଉପଖଣ୍ଡରେ ଏସବୁର କିଛି ମାନେ ନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । କାମ ଏତେ ନିମ୍ନମାନର ହୋଇଥିଲା ଯେ, ଟିକିଏ ବର୍ଷାରେ ଧୋଇ ହୋଇଗଲା ନୂତନ ନିର୍ମିତ ଡ୍ରେନ । ଘଟଣାଟି ହେଉଛି ବରଗଡ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରଜାପଡା କରମସାନି ମନ୍ଦିର ସାମ୍ନାରେ ଯାଇଥିବା ଡ୍ରେନର । ଏହି ଡ୍ରେନଟି ୧୫ ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ହୋଇଥିଲା । ତେବେ ମାସେ ନପୂରୁଣୁ ବର୍ଷାରେ ଡ୍ରେନଟି ସମ୍ପୂର୍ଣ୍ଣ ରୂପେ ଧୋଇହୋଇଯାଇଥିବା ଅଭିଯୋଗ ହୋଇଛି । ଏହି ଡ୍ରେନଟି ୧୫ ଲକ୍ଷ ୨୯ ହଜାରରେ ନିର୍ମିତ ହୋଇଥିବା ବେଳେ ୩୦୮ ମିଟର ଲମ୍ବା ଓ ଚଉଡା ୧.୫୦ରେ ନିର୍ମାଣ ହୋଇଛି ଡ୍ରେନ । ଆକବର ଅଲି ଖାନ ନାମରେ ଏହି ଟେଣ୍ଡରଟି ହୋଇଥିବା ବେଳେ ଏହି ଘଟଣାଟିକୁ ନେଇ ପଦ୍ମପୁର ସାଂସଦ ପ୍ରତିନିଧି ଅଭିଯୋଗ କରିଛନ୍ତି । ଉକ୍ତ ନିମ୍ନମାନର କାମ ପାଇଁ ରାଜ୍ୟ ସରକାର ଦୋଷୀ ଯନ୍ତ୍ରୀଙ୍କ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି, ତାହା ଦେଖିବାବୁ ବାକି ରହିଲା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

jay balangir
Leave A Reply

Your email address will not be published.

nine + 4 =

error: Content is protected !!