pakka

ବିଆରଜି ପ୍ଳାଣ୍ଟରୁ ଚୋରି ଉଦ୍ୟମ ବେଳେ ଧରା ପଡ଼ିଲେ ୨ ଦୁର୍ବୃତ୍ତ

bbehera

ନିମବାହାଳି : ବିଆରଜି ପ୍ଳାଣ୍ଟରୁ ଚୋରି ଉଦ୍ୟମ ବେଳେ ଧରା ପଡ଼ିଲେ ଦୁଇ ଜଣ ଦୁର୍ବୃତ୍ତ । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା କୁରୁଣ୍ଟିରେ ଥିବା ବିଆରଜି ପ୍ଳାଣ୍ଟରୁ ଏପରି ଚୋରି ଉଦ୍ୟମ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଉତ୍ତର ପ୍ରଦେଶ ରାଜ୍ୟର ଜଲନ୍ନା ଥାନା ଅଞ୍ଚଳର ଶିବମ କୁମାର ଦ୍ଵିବେଦୀ ଓ ମହାରାଷ୍ଟ୍ର ଅଞ୍ଚଳର ଶଶି ରଞ୍ଜନ ପାଣ୍ଡେ । ଗିରଫ ପରେ ଅଭିଯୁକ୍ତ ଦ୍ୱୟଙ୍କ ଠାରୁ ଏକ କ୍ୱିଣ୍ଟାଲ ୨୫ କେଜି ସ୍କାର୍ପକୁ ଜବତ ହୋଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି । ସେମାନେ ଗତ ଶନିବାର ମଧ୍ୟ ରାତିରେ ପ୍ଳାଣ୍ଟ ଭିତରେ ଥିବା ଟ୍ରଲରର ହେଲପର୍ ଶିବମ କୁମାର ଓ ପ୍ଳାଣ୍ଟର କର୍ମଚାରୀ ଶଶି ରଞ୍ଜନ ମିଳିତ ଭାବେ ପ୍ଳାଣ୍ଟ ଭିତରୁ ଚୋରି କରୁଥିବା ବେଳେ ସୁରକ୍ଷା କର୍ମୀ ମାନେ କାବୁ କରି ପୋଲିସ ଜିମା ଦେଇଥିଲେ । ଉଭୟେ ଚୋରି କରୁଥିବା ବେଳେ ପ୍ଳାଣ୍ଟର ସୁରକ୍ଷା କର୍ମୀ ହାବୁଡ଼ରେ ପଡ଼ି ଯାଇଥିଲେ । ଏ ନେଇ ପ୍ଳାଣ୍ଟ ପକ୍ଷରୁ ମୋଟଙ୍ଗା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଲିଖିତ ଅଭିଯୋଗ ଭିତ୍ତିରେ ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

eighteen − 7 =