ଓଏସଏପି(୮) ଅଷ୍ଟମ ବଟାଲିୟନ ରାମଚଣ୍ଡୀ ଶକ୍ତିପୀଠରେ ସ୍ଵଚ୍ଛ ପରିମଳ ଅଭିଯାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତରେ ରହିଥିବା ପ୍ରସିଦ୍ଧ ମା’ ରାମଚଣ୍ଡୀ ଶକ୍ତିପୀଠକୁ ସୁନ୍ଦର କରିବା ପ୍ରୟାସରେ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ତରଫରୁ ସ୍ଵଚ୍ଛ ପରିମଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଠାରେ ବାଟାଲିୟନର ସମସ୍ତ ଅଫିସର ଠାରୁ ଆରମ୍ଭ କରି ହାବିଳଦାର ଓ ସିପାହୀମାନେ ପହଞ୍ଚି ଶ୍ରମଦାନ କରି ଶକ୍ତିପୀଠରେ ପଡି ରହିଥିବା ମଇଲାକୁ ସଫେଇ କରିବା ସହ ଛୋଟ ବଡ ଅନାବଶ୍ୟକ ବୃକ୍ଷକୁ ବାହାର କରି ମା’ ରାମଚଣ୍ଡୀଙ୍କ ପ୍ରାଙ୍ଗଣ ସଫା କରିବା ସହ ଚତୁଃପାର୍ଶ୍ଵ ସୁନ୍ଦର ସ୍ୱଚ୍ଛ ପରିମଳ କରିଥିଲେ । ବାଟାଲିୟନ କମାଣ୍ଡେଣ୍ଟ ସୂର୍ଯ୍ୟ ନାରାୟଣ ମଲିକ, ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଲକ୍ଷ୍ମୀ ନାରାୟଣ ବେହେରା, ଜ୍ୟୋତି ରଞ୍ଜନ ନାୟକ, ସୁବେଦାର ବ୍ରହ୍ମାନନ୍ଦ ମଲ୍ଲିକ, କୃଷ୍ଣ ବେହେରା, ଏସଆଇ ସରୋଜ ସାହୁ, ଟଟନ ଦାସ, ଏଏସଆଇ, ଦୀପକ ନାୟକ, ହାବିଲଦାର ଓ ସିପାହୀ ଶାଖା ସଙ୍ଘ ସଭାପତି ଅଜିତ କୁମାର ରଥ ପ୍ରମୁଖଙ୍କ ସହ ସଙ୍ଘର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

three × 1 =