pakka

ମଦନ ମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରରୁ ଚୋରି ଅଭିଯୋଗ

bbehera

ଭଦ୍ରକ : ବିଳମ୍ବିତ ରାତିରେ ଭଦ୍ରକ ଟାଉନ ଥାନା ସନ୍ଥିଆ ସ୍ଥିତ ମଦନମୋହନ ଓ ଗୋବିନ୍ଦ ଜୀଉ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ ବିଳମ୍ବିତ ରାତିରେ ଭଦ୍ରକ ଟାଉନ ଥାନା ଅଞ୍ଚଳର ଦୁଇଟି ମନ୍ଦିରରୁ ଚୋରି ହୋଇଛି । ସନ୍ଥିଆ ସ୍ଥିତ ମଦନ ମୋହନ ମନ୍ଦିର ଓ ଗୋବିନ୍ଦ ଜୀଉ ମନ୍ଦିରରୁ ଲୁଟ୍‌ ହୋଇଛି । ଦୁର୍ବୃତ୍ତ ଦୁଇଟି ମନ୍ଦିରର ତାଲା ଭାଙ୍ଗି ମନ୍ଦିରର ହୁଣ୍ଡି ଵାକ୍ସ ନେଇଯାଇ ଦୂରରେ ଥିବା ବିଲରେ ପକାଇଛନ୍ତି । ସକାଳୁ ସକାଳୁ ସ୍ଥାନୀୟ ଲୋକମାନେ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସର ତଦନ୍ତ ପରେ ହିଁ ଲୁଟ୍‌ ସଂପର୍କରେ ସବିଶେଷ ତଥ୍ୟ ମିଳିବ ବୋଲି କୁହାଯାଇଛି ।

jay balangir
Leave A Reply

Your email address will not be published.

eleven + fourteen =

error: Content is protected !!