om academy

ଘର ସମ୍ମୁଖରୁ ବାଇକ ଚୋରି ଅଭିଯୋଗ

jsm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହର ଉପକଣ୍ଠ ବରଡୋଲ ଗ୍ରାମରେ ଘର ସମ୍ମୁଖରୁ ଦିନ ଦୁଇ ପହରରେ ଏକ ବାଇକ ଚୋରି ହୋଇଯାଇଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମଟର ସାଇକେଲଟି ସୁକାନ୍ତ ବିଶ୍ୱାଳଙ୍କ ନାମରେ ରହିଥିବା ବେଳେ ତାର ନମ୍ବର ଓଡି୧୭ଏନ୍‌୬୪୪୮ ବ୍ଲୁ କୋର ରଙ୍ଗର ୟାମାହା କମ୍ପାନୀର ମଟର ସାଇକେଲ ବୋଲି ଜଣାପଡିଛି । ବରଡୋଲ କେନାଲ ଛକ ପାଖରେ ରହିଥିବା ତାଙ୍କ ଘର ସମ୍ମୁଖରୁ ଅପରାହ୍ନ ୨ଟାରୁ ୩ ଘଣ୍ଟା ସମୟରେ ଉକ୍ତ ବାଇକଟି ଚୋରି ହୋଇଥିବାର ସୂଚନା ମିଳିଛି । ଏନେଇ ବରଗଡ଼ ଟାଉନ ପୋଲିସରେ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡିଛି । ଯଦି କେହି ଉକ୍ତ ମଟର ସାଇକେଲଟି ଦେଖନ୍ତି ତେବେ ଟାଉନ ପୋଲିସକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.