pakka

ଧୁମାମରାରୁ ୧୬ ଗୋଟି ପୋଢ଼ ମହିଷି ଚୋରି କରି ନେଇଗଲେ ଦୁର୍ବୃତ୍ତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଚୋରି ଡକାୟତି ବଢ଼ି ଚାଲିଥିବା ବେଳେ ଏବେ ପୋଢ଼ ମହିଷି ଚୋରି କରିବାରେ ବି ପଛଉନାହାନ୍ତି ଚୋରମାନେ । ବଲାଙ୍ଗିର ସଦର ଥାନାରେ ଏଭଳି ଏକ ଅଭିଯୋଗ ଆସି ପହଂଚିଛି । ସୂଚନା ଅନୁସାରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଧୁମାମରା ଗାଁରୁ ଗତ ରାତିରେ ୧୬ ଗୋଟି ପୋଢ଼ ମହିଷି ନିଜ ଗୁହାଳରେ ବନ୍ଧା ହୋଇଥିବା ବେଳେ କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ବଲାଙ୍ଗିର ସଦର ଥାନାରେ ଅଭିଯୋଗ ହୋଇଛି । ତୁସରାମ ରାଉତ ନାମକ ଜଣେ ଧୁମାମରା ନିବାସୀ ଅଭିଯୋଗ କରିଛନ୍ତି ଯେ, ଗତରାତିରେ ସେ ତାଙ୍କ ଗୁହାଳରେ ୨୨ ଗୋଟି ପୋଢ଼ ମହିଷିଙ୍କୁ ବାନ୍ଧିଥିବା ବେଳେ କେହି ଦୁର୍ବୃତ୍ତ ସେଥିରୁ ୧୬ ଗୋଟି ପୋଢ଼ ମହିଷି ଚୋରି କରି ନେଇଛନ୍ତି । ତେବେ ଚୋରଙ୍କୁ ଧରି ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ସଦର ଥାନାରେ ଗୁହାରି କରିଛନ୍ତି ।

jay balangir
Leave A Reply

Your email address will not be published.

2 + 10 =