pakka

ବିଜୁ ସେତୁ ନିର୍ମାଣ କାମରୁ ଲୁହା ରଡ୍ ଚୋରି ଅଭିଯୋଗ, ୪ ଗିରଫ

bbehera

ନୂଆପଡ଼ା, (ନିରାକାର ମେହେର) : କୋମନା ଥାନା ଦରଲିପଡ଼ା ପଞ୍ଚାୟତ ଅଧୀନ ସିଲଟପାଣି ନିକଟ କୋଦୋଭଟା ନାଳରେ ଚାଲୁଥିବା ବିଜୁ ସେତୁ ନିର୍ମାଣ କାମର ୨୦ କ୍ବିଣ୍ଟାଲ ଲୁହାରଡ ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ କୋମନା ପୋଲିସ ତଦନ୍ତ କରି ଲୁହା ରଡ଼କୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି । ସିଲଟପାଣି କୋଦୋଭଟା ଗାଁ ନିକଟ ନାଳାରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ କାମ ଚାଲିଥିଲା । ଏହାକୁ ମା’ ଭବାନୀ କନଷ୍ଟ୍ରକସନ କମ୍ପାନୀ ସେତୁ ନିର୍ମାଣ କାମ କରୁଥିଲା । ଗତ କିଛି ଦିନ ତଳେ କମ୍ପାନୀ କ୍ୟାମ୍ପରୁ ପୋଲ ନିର୍ମାଣରେ ବ୍ୟବହୃତ ହେବାକୁ ଥିବା ୨୦ କୁଇଣ୍ଟାଲ ଲୁହା ଛଡ଼ ଚୋରି ହୋଇଥିବା କମ୍ପାନୀ ପକ୍ଷରୁ କୋମନା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ । ଏହି ଘଟଣାରେ କୋମନା ପୁଲିସ ତଦନ୍ତ କରି ଇଚ୍ଛାପୁର ଗାଁ ତ୍ରିଲୋଚନ ସାହୁଙ୍କ ଘରୁ ଲୁହା ରଡ଼ ଜବତ କରିଥିଲେ । ବିଜୁ ସେତୁ ନିକଟରୁ ଏକ ଟ୍ରାକ୍ଟରରେ ଲୁହ ରଡ଼କୁ ଚୋରି କରିଥିଲେ ।

ଏହି ଘଟଣାରେ ସିନାପାଲି ଥାନା ଚଲନା ଗାଁର ଗୋବର୍ଦ୍ଧନ ବାଗ(୪୫), ଇଚ୍ଛାପୁର ଗାଁର ପ୍ରଦୀପ ପ୍ରଧାନ(୩୮), ସିଲଟପାଣି ଗାଁର ଟ୍ରାକ୍ଟର ମାଲିକ ନବଘନ ପ୍ରଧାନ(୨୮), ଚୋରୀ ରଡ କିଣି ଥିବା ଇଚ୍ଛାପୁର ଗାଁର ତ୍ରିଲୋଚନ ସାହୁ(୪୦)ଙ୍କୁ ଗିରଫ କରିଥିଲେ । ଏହି ଘଟଣାରେ ୨୦ କୁଇଣ୍ଟାଲ ଚୋରି ରଡ଼ ସହ ଟ୍ରାକ୍ଟରକୁ ପୁଲିସ ଜବତ କରିଥିଲା । ଏନେଇ କୋମନା ଥାନାରେ ନଂ ୩୪୦ରେ ଏକ ମାମଲା ରୁଜୁ କରି ୪ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା ତରବୋଡ଼ ଫାଣ୍ଡି ଏସ୍‌ଆଇ ରାମଲାଲ ଜୁରିଆ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

two × three =