pakka

ଚୋରା ହାତୀ ଦାନ୍ତ ରାକେଟ ଠାବ : ୨ ହାତୀ ଦାନ୍ତ ଜବତ, ବାପ ଓ ପୁଅ ଗିରଫ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ନିକଟସ୍ଥ ଟୁରଚି ଗାଁରେ ୨ଗୋଟି ହାତୀ ଦାନ୍ତ ଜବତ ସହ ୨ଜଣ ବାପ ଓ ପୁଅକୁ ଗିରଫ କରିଛି ବନ ବିଭାଗ । ଗିରଫ ବାପ ଓ ପୁଅ ହେଲେ ଟୁରଚି ଗାଁର ନୂଆଖାଉ ବାଗ ଓ ଚିତ୍ରସେନ ବାଗ । ଗତ ୧୭ତାରିଖ ଦିନ ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ଖଡ଼ିଆଳ ବନ ବିଭାଗ ବାଘ ନଖ ଜବତ କରିବା ପରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ରେଞ୍ଜ ଅନ୍ତର୍ଗତ ଟୁରଚି ଗାଁରେ ହାତୀ ଦାନ୍ତ ରାକେଟ ଚାଲିଥିବା ଖବର ପାଇ ଖଡ଼ିଆଳ ବନ ଖଣ୍ଡ ଏସିଏଫ୍‌ ଶିବ ପ୍ରସାଦ ରଥଙ୍କ ନେତୃତ୍ୱରେ ଓ ମ.ରାମପୁର ବନ ବିଭାଗର ସହାୟତାରେ ଗ୍ରାହକ ସାଜି ଘରେ ପହଞ୍ଚି ଚଢ଼ାଉ କରି ୨ଖଣ୍ଡ ହାତୀ ଦାନ୍ତ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଏହି ରାକେଟ ପଡୋଶୀ ଛତିଶଗଡ଼ ରାଜ୍ୟକୁ ଲମ୍ବିଥିବା ବନ ବିଭାଗ ସୂଚନା ଦେଇଥିବା ବେଳେ ଆଉ କେଉଁ କେଉଁ ଆଡେ ଲମ୍ବିଛି ତାହାର ତଦନ୍ତ ଚାଲୁ ରଖିଥିବା ଖଡ଼ିଆଳ ବନଖଣ୍ଡ ଏସିଏଫ୍‌ ଶିବ ପ୍ରସାଦ ରଥ ପ୍ରକାଶ କରିଛନ୍ତି ।

jay balangir
Leave A Reply

Your email address will not be published.

11 − five =

error: Content is protected !!