csstore

ଦୟାନିଧି ମିଶ୍ରଙ୍କ ସାହିତ୍ୟ ସମ୍ପର୍କିତ ଏକଦିବସୀୟ ଆଲୋଚନା ଚକ୍ର

ବରଗଡ, (ମୁନ୍ନା ସାହୁ) : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଦୟାନିଧି ମିଶ୍ର ସ୍ମୃତି କମିଟି, ବରପାଲି ଓ ଓଡ଼ିଆ ବିଭାଗ, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ମିଳିତ ସହଯୋଗରେ ” ସାହିତ୍ୟିକ ଦୟାନିଧି ମିଶ୍ରଙ୍କ କୃତି ଓ କୃତିତ୍ୱ ” ଶୀର୍ଷକ ଏକ ଆଲୋଚନାଚକ୍ର ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାଶ ଉଦଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ପ୍ରଫେସର କୁମୁଦ ରଞ୍ଜନ ପାଣିଗ୍ରାହୀ ଯୋଗଦେଇ ନିଜ ବକ୍ତବ୍ୟରେ ବିସ୍ମୃତ ପ୍ରତିଭା ଦୟାନିଧି ମିଶ୍ରଙ୍କ ସାହିତ୍ୟର ପ୍ରଚାର ପ୍ରସାର କିପରି ହୋଇପାରିବ, ସେ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନନୀୟ ଅତିଥି ଭାବରେ ମଞ୍ଚମଣ୍ଡନ କରିଥିଲେ ଡକ୍ଟର ଉମାଚରଣ ପତି ଏବଂ ପ୍ରଭାତ ଆଦିତ୍ୟ ମିଶ୍ର । ପ୍ରଥମେ ସ୍ୱାଗତ ସମ୍ଭାଷଣ ରଖିଥିଲେ ସ୍ମୃତି କମିଟିର ସଭାପତି ଡକ୍ଟର ବିଶ୍ଵନାଥ ସାହୁ । ଉଦଘାଟନୀ ଅଧିବେଶନର ସଂଯୋଜନା ସହକାରୀ ପ୍ରଫେସର ଡ. ରଞ୍ଜନ ସେଠୀ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଡ. ଲିପିକା ମିଶ୍ର । ପ୍ରଥମ ଅଧିବେଶନର ସଭାପତିତ୍ୱ ପ୍ରଫେସର ଅଶୋକ କୁମାର ଦାଶ କରିଥିବାବେଳେ ସମ୍ମାନନୀୟ ଆଲୋଚକ ଭାବରେ ଯୋଗଦେଇଥିଲେ ପ୍ରଫେସର ବବ୍ରୁବାହନ ମହାପାତ୍ର, ଗଣେଶରାମ ନାହାକ, ଡ. ଶ୍ୟାମ ଭୋଇ ପ୍ରମୁଖ । ତିନିଜଣ ଆଲୋଚକ ଯଥାକ୍ରମେ ଦୟାନିଧି ମିଶ୍ରଙ୍କ କବିତା, ଜୀବନୀ ଏବଂ ଗଳ୍ପ ସାହିତ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଡ. ଲକ୍ଷ୍ମୀପ୍ରିୟା ବେହେରା ଏହାର ସଂଯୋଜନା ଦାୟିତ୍ଵ ତୁଲାଇଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଡ. ନବୀନ କୁମାର ଜାଲ । ଠିକ୍ ସେହିପରି ଦ୍ୱିତୀୟ ଅଧିବେଶନରେ ସଭାପତିତ୍‌ତ୍ୱ କରିଥିଲେ ଅଧ୍ୟାପକ ମୋହନ ସାହୁ । ଏଥିରେ ଆଲୋଚକ ଭୂମିକାରେ ଯୋଗ ଦେଇଥିବା ଟେକଚାନ୍ଦ ଦୁଆନ୍ ଦୟନିଧିଙ୍କ ଜୀବନର ଉଲ୍ଲେଖନୀୟ ଘଟଣାବଳୀ, ଡ. ଶେଷାନ ବିଶି ଦୟାନିଧିଙ୍କ ପ୍ରବନ୍ଧ ସାହିତ୍ୟ ଏବଂ ଡ. ଚିନ୍ମୟ ସାହୁ ତାଙ୍କର ସଂପାଦକୀୟ ଲେଖାଗୁଡ଼ିକ ଉପରେ ନିଜ ନିଜ ସାରଗର୍ଭୀ ବକ୍ତବ୍ୟ ରଖିଥିଲେ । ଏହି ଅଧିବେଶନର ସଂଯୋଜନା କରିଥିଲେ ଡ. ପରିକ୍ଷୀତ ଭୋଇ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସ୍ମୃତି କମିଟିର ସମ୍ପାଦକ ପ୍ରମୋଦ କୁମାର ସାହୁ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟରୁ ଅଧ୍ୟାପକ ଅଧ୍ୟାପିକା, ଗବେଷକ ଗବେଷିକା, ଛାତ୍ରଛାତ୍ରୀ ଓ ସାହିତ୍ୟିକ ମାନେ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.