csstore

ସପ୍ତାହ ବ୍ୟାପୀ ବନ ମହୋତ୍ସବ ଅବସରରେ ଅନାଥ ଆଶ୍ରମରେ ବୃକ୍ଷ ରୋପଣ ସହ ଚିତ୍ରକଳା ପ୍ରଦର୍ଶନୀ

ଦେଓଗାଁ, (ମନୀଷ କୁମାର ସାହୁ) : ସପ୍ତାହ ବ୍ୟାପୀ ବନ ମହୋତ୍ସବ ପାଳନ ହେଉଥିବା ବେଳେ ବଲାଙ୍ଗିର ମାହେଶ୍ୱରୀ ମହିଳା ଶାଖା ପକ୍ଷରୁ ଅଭିନବ ଉପାୟରେ ପାଳନ କରୁଛନ୍ତି । ମଙ୍ଗଳବାର ଦିନ ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଗ୍ରାମ ମଙ୍ଗଳ ପାଠାଗାର ତତ୍ତ୍ୱାବଧାନରେ ଥିବା ଅନାଥ ଆଶ୍ରମରେ କୁନିକୁନି ପିଲାଙ୍କ ଗହଣରେ ମହିଳା ସ୍ୱେଚ୍ଛାସେବୀମାନେ ବୃକ୍ଷରୋପଣ ସହ ଏକ ନିଆରା ଚିତ୍ରକଳା ପ୍ରଦର୍ଶନ କରିଥିଲେ । ଯେଉଁଥିରେ ସମସ୍ତେ ଏକ ବୃକ୍ଷର ରେଖା ଚିତ୍ର ମଧ୍ୟରେ ନିଜର ପାପୁଲି ଚାପ ଅଙ୍କନ କରିଥିଲେ । ଏହା ମାଧ୍ୟମରେ ଗଛ ସହ ସମସ୍ତଙ୍କ ନିବିଡ଼ ସମ୍ପର୍କ ତଥା କିଭଳି ଆମେ ଗଛ ସହ ପରିପୂରକ ତାହା ଉପଲବ୍ଧି ତାହାକୁ ଦର୍ଶାଇଥିଲେ । ଏହି କାର୍ଯ୍ୟକ୍ରମରେ ମାହେଶ୍ୱରୀ ମହିଳା ଶାଖା ପକ୍ଷରୁ କ୍ରିତିକା ଅଗ୍ରୱାଲ, ସ୍ମରଣିକା ନାୟକ, ବବିତା ନାଗ, ବୈଶାଳୀ ବହିଦାର, ପଦ୍ମାଳୟା ବାରିକ, ପଲକ୍ ବହିଦାର, ଶିବପ୍ରସାଦ ମିଶ୍ର, ସୌମ୍ୟରଞ୍ଜନ ପଣ୍ଡା, ଅପ୍ରମିତ ପରିଚ୍ଛା, ଶୋଭନ ଅଗ୍ରୱାଲ, ଜତିନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ବେଳେ ମାହେଶ୍ୱରୀ ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ ସଂଯୋଜନା କରିଥିଲେ ।

jayashree
Leave A Reply

Your email address will not be published.