pakka

୧୬ ଦିନରେ ଅମଲା ସଂଘର ସମୂହ ଛୁଟି : ସରକାରୀ କାର୍ଯ୍ୟ ଠପ୍‌

bbehera

କଂଟାବାଂଜି, (କେପିଏନ୍‌ଏସ୍‌) : ରାଜ୍ୟ ମିଳିତ ଅମଲା ସଂଘର ଆନ୍ଦୋଳନ ଶୁକ୍ରବାର ୧୬ ଦିନରେ ପହଂଚିଛି । ରାଜ୍ୟ ସଂଘର ନିର୍ଦ୍ଦେଶ କ୍ରମେ କଂଟାବାଂଜି ସବ୍‌ ଟ୍ରେଜେରୀ ଅଫିସ ସମ୍ମୁଖରେ କଂଟାବାଂଜି, ବଙ୍ଗୋମୁଣ୍ଡା ଏବଂ ତୁରେକେଲା ବ୍ଲକର ଅମଲାମାନଙ୍କ ଆନ୍ଦୋଳନ ମଧ୍ୟ ଜାରି ରହିଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲାମାନଙ୍କ ସମୂହ ଛୁଟି ଯୋଗୁଁ ସରକାରୀ କାର୍ଯ୍ୟ ଠପ୍‌ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ତହସିଲ କାର୍ଯ୍ୟାଳୟର ଅମଳାମାନଙ୍କ ସମୂହ ଛୁଟି ଯୋଗୁଁ ଜନସାଧାରଣ ଅଧିକ ପ୍ରଭାବିତ ହେଉଛନ୍ତି । ଏପରିକି ବର୍ତମାନ ସ୍କୁଲ, କଲେଜର ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରମାଣ ପତ୍ର ପାଇବା ପାଇଁ ଅନେକ ହଇରାଣ ହେଉଛନ୍ତି । କଂଟାବାଂଜି ତହସିଲରେ ମଧ୍ୟ ଏହାର ଅଧିକ ପ୍ରଭାବ ପଡିଛି । ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ଦୀର୍ଘ ଦିନ ହେଲା ଅତିରିକ୍ତ ତହସିଲଦାର ବଙ୍ଗୋମୁଣ୍ଡା ତହସିଲକୁ ଡେପୁଟେସନରେ ଯାଇଥିବାରୁ ଛାତ୍ରୀଛାତ୍ରମାନଙ୍କ ବିଭିନ୍ନ ପ୍ରମାଣ ପତ୍ର ପାଇବାରେ ବିଳମ୍ବିତ ହେଉଛି । କଂଟାବାଂଜି ତହସିଲରେ ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ଦୁଇଟି ପଦବୀ ଥିଲେ ମଧ୍ୟ ଅତିରିକ୍ତ ତହସିଲଦାରଙ୍କ ଡେପୁଟେସନ ଯୋଗୁଁ କାର୍ଯ୍ୟରତ ତହସିଲଦାରଙ୍କୁ ଅଫିସ କାର୍ଯ୍ୟରେ ବ୍ୟସ୍ତତା ହେତୁ ଏବଂ ସମସ୍ତ ଆଇ.ଡି. ନିଜେ ରଖିଥିବାରୁ କାମରେ ବିଳମ୍ବ ହେବାର ଦେଖିବାକୁ ମିଳିଛି । ଜଣେ ମାତ୍ର ତହସିଲଦାର ସମସ୍ତ କାର୍ଯ୍ୟ କରୁଥିବା ବେଳେ ବର୍ତମାନ ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷା ପାଇଁ ଦରକାର ପଡୁଥିବା ଜାତି ପ୍ରମାଣ ପତ୍ର, ବାସସ୍ଥାନ ପ୍ରମାଣ ପତ୍ର ସହ ଅନ୍ୟାନ୍ୟ ପ୍ରମାଣ ପତ୍ର ଅମଲାମାନଙ୍କ ସାମୁହିକ ଛୁଟି ଯୋଗୁଁ ମିଳିବାରେ ବିଳମ୍ବ ହେଉଛି । ଏହି ଆନ୍ଦୋଳନରେ ରବିନାରାୟଣ ତ୍ରିପାଠି, ବିଶ୍ୱନାଥ ମେହେର, ବିଜୟ କୁମାର ପାଣିଗ୍ରାହୀ, ସରିତା ପଧାନ, ପ୍ରଫୁଲ୍ଲ କୁମାର ପ୍ରଧାନ, ମଞ୍ଜୁଲତା ସାହୁ, ନରେନ୍ଦ୍ର କୁମାର ଭୋଇ, କୁସୁମ ମାଝି, ପ୍ରଶାନ୍ତ ମେହେର, ନେତ୍ରାନନ୍ଦ ବେହେରା, ବଡ ରଣା, ଦିପକ ମାଝି, ସୁଶାନ୍ତ ଭୋଇ, ସତ୍ୟ ସାହୁ, ଜୟ ନାରାୟଣ ଅଗସ୍ତି ସାମିଲ ଅଛନ୍ତି । ସରକାର ଯଥା ଶୀଘ୍ର ଅମଲାମାନଙ୍କ ଦାବୀକୁ ପୂରଣ ପାଇଁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

jay balangir
Leave A Reply

Your email address will not be published.

9 − 3 =

error: Content is protected !!