pakka

ପଲସାଗୋରା ଅଞ୍ଚଳରେ ଛେଳି ମଡକ

bbehera

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଘୁଲୁଘୁଲାପଦର ଗ୍ରାମରେ ଦେଖା ଦେଇଛି ଛେଳି ମଡ଼କ । ଅଜଣା ରୋଗରେ ଅନେକ ଛେଳିଙ୍କ ମୃତ୍ୟୁ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଛେଳି ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ଗ୍ରାମର ବାଳକ ନାଏକଙ୍କ ଇତି ମଧ୍ୟରେ ୭ଗୋଟି ଛେଳି ଅଜଣା ରୋଗରେ ପୀଡିତ ହୋଇ ମରି ସାରିଛନ୍ତି । ଫଳରେ ସେ ଚିନ୍ତିତ ହୋଇପଡିଛନ୍ତି । ଯେଉଁ ଚାଷୀ ଭାଇମାନଙ୍କ ଛେଳି ମୃତ୍ୟୁ କରିଛନ୍ତି ତାହାର ସଠିକ୍ ତଦନ୍ତ କରାଯାଇ କ୍ଷତି ପୂରଣ ପ୍ରଦାନ କରିବାକୁ ଛେଳି ଚାଷୀମାନେ ଦାବି କରିଛନ୍ତି । ସେହିପରି ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଟିମ୍ ଗଠନ କରାଯାଇ ରୋଗର କାରଣ ଓ ନିରାକରଣ କରାଯିବାକୁ ଜନସାଧାରଣରେ ଦାବୀ ହେଉଛି । ଏନେଇ ପଲସାଗୋରା ପ୍ରାଣିଧନ ନିରୀକ୍ଷକ ଭାବଗ୍ରାହି ମେହେରଙ୍କ ପ୍ରତିକ୍ରିୟା ନେବାରୁ ଆସନ୍ତା କାଲି ସମସ୍ତ ଛେଳିକୁ ଟୀକାକରଣ କରାଯିବ ବୋଲି କହିଛନ୍ତି ।

jay balangir
Leave A Reply

Your email address will not be published.

sixteen + nineteen =