ସମାଜସେବୀଙ୍କ ସହଯୋଗ ପରେ ବୃଦ୍ଧ ପାଇଲେ ହୁଇଲ ଚେୟାର

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ କାଉଡୋଲା ଗାଁର ଜଣେ ପକ୍ଷଘାତ ରୋଗରେ ଆକ୍ରାନ୍ତ ବ୍ୟକ୍ତି ବହୁତ କଷ୍ଟରେ ରହୁଛନ୍ତି । ନିଜର ବୋଲି କେହି ନଥିବାରୁ ସେ ବାହାରକୁ ଯିବା ଆସିବା, ଲାଟ୍ରିନ ଯିବା ସମୟରେ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତାଙ୍କୁ ହୁଇଲ ଚେୟାର ଟିଏ ଦେବାକୁ ବ୍ଲକ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣପାତ କରିନଥିଲେ । ଏହି ସମସ୍ୟା ବିଷୟରେ କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ଜାଣିବା ପରେ ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ ଓ କୋକସରା ବ୍ଲକ ପ୍ରଶାସନଙ୍କୁ ଏହି ସମସ୍ୟା ବିଷୟରେ ଅବଗତ କରାଇ ତାଙ୍କୁ ହୁଇଲ ଚେୟାର ଟିଏ ଦେବାକୁ ନିବେଦନ କରିଥିଲେ । ଅଭିଯୋଗ ପାଇବା ପରେ ବ୍ଲକ ପ୍ରଶାସନ ଏହାର ତଦନ୍ତ କରି ତାଙ୍କୁ ହୁଇଲ ଚେୟାର ପ୍ରଦାନ କରିଛନ୍ତି । ହୁଇଲ ଚେୟାର ପାଇବା ପରେ ବୃଦ୍ଧ ମଧ୍ୟ ଖୁସି ଥିବା କହିଛନ୍ତି । ସମାଜସେବୀ ଯଶୋବନ୍ତ ରଣାଙ୍କ ଏହିପରି କାର୍ଯ୍ୟକୁ ଅଞ୍ଚଳବାସୀ ଢେର ସାରା ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

seventeen − 6 =

error: Content is protected !!