ଛତୁ ଚାଷ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ସ୍ଥିତ ରାକ୍ଷୀଉଡ଼ାର ସ୍ୱେଚ୍ଛାସେବୀ ସଂଗଠନ ‘ସୃଷ୍ଟି’ ପକ୍ଷରୁ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ନାବାଡର଼୍) ଭୁବନେଶ୍ୱର ସହାୟତାରେ ପାଟଣାଗଡ଼ ବ୍ଲକ୍‌ ଲରମ୍ଭା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋଢ଼ପାଲି ଠାରେ କ୍ଷୁଦ୍ର ଉଦ୍ୟୋଗୀ ଉନ୍ନୟନ କାର୍ଯ୍ୟକ୍ରମ ମାଧ୍ୟମରେ ଛତୁଚାଷ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଲରମ୍ଭା, ଡାଙ୍ଗବାହାଲ, ଘସିଏନ୍‌, ଦେଓଲଗାଁ ଗ୍ରାମ ପଞ୍ଚାୟତର ଅନ୍ୟୁନ ୩୦ ଜଣ ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟାମାନଙ୍କୁ ନେଇ ସାତ ଦିନ ଧରି ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଛି । ଆଜି ଉଦ୍‌ଯାପନ ଦିବସରେ ନାବାଡର଼୍ ବଲାଙ୍ଗିରର ଡିଡିଏମ୍‌ ଲକ୍ଷ୍ମଣ ସାଏ ଉପସ୍ଥିତ ରହିଥିଲେ । ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କରଣ ସିଂ ସରାଫ ଯୋଗ ଦେଇଥିଲେ । ‘ସୃଷ୍ଟି’ର ସଂପାଦକ ଶଙ୍କର ପ୍ରସାଦ ବଗର୍ତ୍ତୀଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ତାଲିମ ଗ୍ରହିତାମାନଙ୍କୁ ସଂଗଠନ ଦ୍ୱାରା ମାନପତ୍ର ବଂଟନ କରାଯାଇଥିଲା । ଏହି ତାଲିମ କାର୍ଯ୍ୟକ୍ରମରେ ତାଲିମ ପ୍ରଦାନ କରିଥିଲେ ତାଲିମ ଦାତା ନରେନ୍ଦ୍ର କୁମାର ବହିଦାର ।

Leave A Reply

Your email address will not be published.