ବିଏସଏଫ୍‌ ‌ଦ୍ୱାରା ଆବିଷ୍କାର ହେଲା ନାଗ୍‌ରୋଟାଠାରେ ଆତଙ୍କବାଦୀଙ୍କ ପ୍ରବେଶ ପଏଣ୍ଟ : ସୀମାରେ ମିଳିଲା ସୁଡ଼‌ଙ୍ଗ

ସାମ୍ବା : ନାଗ୍‌ରୋଟା ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କୁ ନିହତ କରିବା ପରେ ରବିବାର ଦିନ ଭାରତୀୟ ସୁରକ୍ଷା ବାହିନୀ ଆଉ ଏକ ବଡ଼ ସଫଳତା ପାଇଛନ୍ତି । ସୀମା ସୁରକ୍ଷା ବଳ (ବିଏସଏଫ) ଏବଂ ଜାମ୍ମୁ କାଶ୍ମୀର ପୋଲିସର ମିଳିତ ଅପରେସନରେ ପାକିସ୍ତାନ ନିକଟ ଅନ୍ତର୍ଜାତୀୟ ସୀମା ନିକଟସ୍ଥ ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ଏକ ସୁଡ଼‌ଙ୍ଗ ଖୋଳା ଯାଇଛି । ଅନ୍ତର୍ଜାତୀୟ ସୀମାଠାରୁ ମାତ୍ର ୧୬୦ ମିଟର ଦୂରରେ ଏହି ସୁଡ଼‌ଙ୍ଗ ମିଳିଛି ।

ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ସାମ୍ବା ଜିଲ୍ଲାର ଆନ୍ତର୍ଜାତୀୟ ସୀମା ନିକଟରେ ଥିବା ସୁଡ଼‌ଙ୍ଗକୁ ଚିହ୍ନଟ କରିଛି । ସନ୍ଦେହ କରାଯାଉଛି ଯେ, ନାଗ୍‌ରୋଟା ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀମାନେ ଏହି ସୁଡ଼‌ଙ୍ଗ ମାଧ୍ୟମରେ ଅନୁପ୍ରବେଶ କରିଛନ୍ତି । ସନ୍ଦିଗ୍ଧ ସୁଡ଼‌ଙ୍ଗ ଅନ୍ତର୍ଜାତୀୟ ସୀମା ନିକଟ ସାମ୍ବା ସେକ୍ଟରରେ ମିଳିଥିଲା । ନାଗ୍‌ରୋଟା ଏନକାଉଣ୍ଟରରୁ ସୂଚନା ପାଇବା ପରେ ଏହି ସୁଡ଼‌ଙ୍ଗର ଅନୁସନ୍ଧାନ କରାଯାଇଛି । ଆନ୍ତର୍ଜାତୀୟ ସୀମାଠାରୁ ୧୬୦ ମିଟର, ସୀମା ବାଡରୁ ୭୦ ମିଟର ଏବଂ ଏହାର ଗଭୀରତା ୨୫ ମିଟର ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.