ପ୍ରେମ ସାମ୍‌ନାରେ ସବୁ ତୁ‌ଚ୍ଛ ପ୍ରମାଣିତ ହେଲା : ପ୍ରେମ ଆଗରେ ହାର୍‌ ମାନିଲା ଧର୍ମ : ବିବାହ ବନ୍ଧନରେ ବାନ୍ଧି ହେଲେ ଅଲଗା ଅଲଗା ଧର୍ମର ପ୍ରେମିକ ପ୍ରେମିକା ଯୋଡି

ମାଲକାନଗିରି : ପ୍ରେମ ସାମ୍‌ନାରେ ସବୁ ତୁ‌ଚ୍ଛ । ଏଥିପାଇଁ ତ’ ପ୍ରେମକୁ ଅଂଧ ବୋଲି କୁହାଯାଇଥାଏ । ଏମିତି ଏକ ମଧୁର ସମ୍ପର୍କର ଘଟଣା ଆଜି ସାମ୍ନାକୁ ଆସିଛି, ଯାହା ଜାତି-ଧର୍ମ ସବୁକୁ ପଛରେ ପକାଇ ଦେଇଛି । ଦୁଇଟି ହୃଦୟ ମିଶିଛି ସବୁଦିନ ପାଇଁ । ଏକାଠି ମିଶି ସଂସାର ଗଢିବା ପାଇଁ ଘର ପରିବାର ବି ଛାଡିଛନ୍ତି ପ୍ରେମିକ ପ୍ରେମିକା । ସେମାନେ ପ୍ରେମକୁ ସ୍ୱୀକୃତି ଦେଇଛ‌ନ୍ତି ତଥାକଥିତ ସାମାଜିକ ରୀତିନୀତିକୁ ତୁ‌ଚ୍ଛ କରି । ଘର ଛାଡି ପ୍ରେମିକ ପ୍ରେମିକା ମାଲକାନଗିରି ଜିଲା ମାଥିଲିରେ ଆଶ୍ରୟ ନେଇଥିବା ସୂଚନା ମିଳିଛି । ପାରଳାଖେମୁଣ୍ଡିର ପ୍ରେମୀ ଯୁଗଳ ଭିନ୍ନ ଭିନ୍ନ ଧର୍ମର ହୋଇଥିବାରୁ ସେମାନ‌ଙ୍କ ପ୍ରେମ ସ୍ୱୀକୃତି ପାଇ ପାରିନାହିିଁ ପରିବାର ଲୋକଙ୍କ ଠାରୁ । ଘର ଛାଡି ଦୁହେଁ ଦୁହି‌ଁକୁ ଆପଣେଇ ନେଇଛନ୍ତି ହିନ୍ଦୁ ରୀତିନୀତିରେ । ସେମାନଙ୍କ ବିବାହ କରାଇଛନ୍ତି ଗ୍ରାମବାସୀ । ମୁସଲିମ୍ କନ୍ୟାକୁ ହିନ୍ଦୁ ବର । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସୋଫିଆ ମୁସ୍କାନ ଓ ଶିବ କୁମାରଙ୍କ ବିବାହ କରାଇଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ଅଂଚଳର କିଛି ଗ୍ରାମବାସୀ । ମାଥିଲି ରାମ ମନ୍ଦିର ପରିସରରେ ଗାଁର ଭଦ୍ର ବ୍ୟକ୍ତି, ମନ୍ଦିର କମିଟି ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ବିବାହ ସମାପନ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.