ଡଙ୍ଗରପଡ଼ା କାନ୍ଦୁଲ ବୁଢ଼ା କ୍ରିକେଟ କ୍ଳବ୍ ପକ୍ଷରୁ ଦୁଇ ଦିନିଆ କ୍ରିକେଟ ପ୍ରତିଯୋଗିତା ଉଦଯାପିତ : ପୁଲସଖଣ୍ଡକୁ ହରାଇ ବଉଦିଆପାଲି ଚମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡାମାଲ ପଞ୍ଚାୟତର ଡ଼ଙ୍ଗରପଡ଼ାରେ କାନ୍ଧୁଲବୁଢ଼ା କ୍ରିକେଟ କ୍ଲବ ଦ୍ବାରା ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୮ଟି ଦଳ ଭାଗ ନେଇଥିବା ବେଳେ ଫାଇନାଲ ଖେଳ ବଉଦିଆପାଲି ଓ ପୁଲସଖଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ବଉଦିଆପାଲି ଦଳ ପ୍ରଥମେ ବ୍ୟାଟିଙ୍ଗ କରି ୬ ଓଭର ବିଶିଷ୍ଠ ମ୍ୟାଚରେ ୭୪ରନ କରିଥିଲା । ଏହାର ଜବାବରେ ପୁଲସଖଣ୍ଡ ଦଳ ୬ ଓଭରରେ ୪୬ ରନ କରି ପରାଜୟ ସ୍ବୀକାର କରିଥିଲା। ଏହି ମ୍ୟାଚରେ ବଉଦିଆପାଲି ଦଳର ସୁରେଶ ମହାକୁର ୪୩ ରନ କରି ମ୍ୟାଚର ଶ୍ରେଷ୍ଠ ଖେଳାଳୀ ପୁରସ୍କୃତ ହୋଇଥିଲେ । ଏହି ଅବସରରେ ଦେଓଗାଁ ବ୍ଲକ ବିପିଏମ୍‌ ପ୍ରଦୀପ ଛତ୍ରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପରିଚାଳନା କମିଟି ପକ୍ଷରୁ ବବୁନ ମିଶ୍ର, ଅଜିତ ମନହୀରା, ଶୁଶାନ୍ତ ମହାକୁର, ଶ୍ରୀକାନ୍ତ ମହାକୁର, ପ୍ରତ୍ୟୁଷ ମିଶ୍ର, ରଞ୍ଜନ, ଲିଟନ, ଅନିରୁଦ୍ଧ ଏବଂ ବିଘ୍ନରାଜ ମହାକୁର ପ୍ରମୂଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.