csstore

ଟିଟିଲାଗଡ଼ରେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଦିଆଯାଉଥିବା ଛତୁଆ ପ୍ୟାକେଟରେ ଦିଶୁନି ପ୍ରସ୍ତୁତି ତାରିଖ, ସାଧାରଣରେ ଅସନ୍ତୋଷ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମହିଳା ଓ ଶିଶୁ ବିଭାଗ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଛତୁଆ ପ୍ୟାକେଟରେ ଦେଖା ଯାଉନି ଛତୁଆ ପ୍ରସ୍ତୁତ ହେଉଥିବା ଦିନର ତାରିଖ । ଗତ ତିନି ମାସରୁ ଉର୍ଦ୍ଧ୍ବ ହେବ ସହରର ବିଭିନ୍ନ ୱାର୍ଡରେ ଦିଆଯାଇନାହିଁ ଛତୁଆ, ଚଳିତ ମାସ ବୁଧୁବାର ଜୁଲାଇ ୧୯ ତାରିଖରେ ଗୋଟିଏ ମାସର ଛତୁଆ ପ୍ୟାକେଟ ହିତାଧିକାରୀଙ୍କୁ ଦିଆଯାଇଛି । ଗର୍ଭବତୀ ଓ ପ୍ରସୂତି ମା’ଙ୍କ ପାଇଁ ଦିଆଯାଉଥିବା ଏହି ଛତୁଆ ପ୍ୟାକେଟ କେଉଁ ତାରିଖରେ ପ୍ରସ୍ତୁତ ହୋଇଛି, ତାହା ଦିଶୁନାହିଁ ଯଦ୍ୱାରା ହିତାଧିକାରୀ ମା’ ଓ ଗର୍ଭବତୀ ମହିଳାମାନେ ଏବେ ଦ୍ୱନ୍ଦରେ । ସେହିପରି ଛତୁଆ ମୋଟ ଓଜନ ୪,୯୦୦ କିଗ୍ରା ଲେଖା ଯାଇଥିବା ବେଳେ ଛତୁଆ ନେଟ ଓଜନ ପ୍ୟାକରେ ୪.୪୧୦ କିଗ୍ରା ଲେଖାଥିବାର ଦେଖିବାକୁ ମିଳୁଛି । ଛତୁଆ ମୋଟ ଓଜନ ୪୯୦୦ କିଗ୍ରା ଲେଖା ଯାଇଥିବା ବେଳେ ନେଟ ଓଜନ ପ୍ୟାକରେ ୪.୪୧୦ କିଗ୍ରା ଲେଖା ହୋଇଛି । ତା ମାନେ ୪୯୦ ଗ୍ରାମ ଓଜନ କଣ ଦିଆ ଯାଉଥିବା ଜରି ବ୍ୟାଗର ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଯଦି କୌଣସି ପ୍ରାଇଭେଟ୍ କମ୍ପାନୀରେ ଏଭଳି ଭୂଲ ଦେଖିଲେ ପ୍ରଶାସନ ତଥା ସେହି ବିଭାଗ ତରଫରୁ ସଙ୍ଗେ ସଙ୍ଗେ ପଦକ୍ଷେପ ଗ୍ରହଣ କରିବା ସହ ଜୋରିମାନା ତଥା କମ୍ପାନୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ହେଉଥିବା ଛତୁଆ ପ୍ୟାକେଟରେ ଏଭଳି ତ୍ରୁଟି କିପରି ଦେଖିବାକୁ ମିଳୁଛି ନା ଜାଣିଶୁଣି ଏଭଳି ଭୂଲ ଛତୁଆ ପ୍ରସ୍ତୁତ କରୁଥିବା ସଂସ୍ଥା କରୁଛି ବୋଲି ପ୍ରଶ୍ନ ଉଠୁଛି । ଯେହେତୁ ଏହା ଗର୍ଭବତୀ ମହିଳା ଓ ପ୍ରସୂତିମାନଙ୍କ ପାଇଁ ସରକାର ନିଜେ ଯୋଗାଉଛନ୍ତି ଏଥିରେ କିପରି ଭୁଲ ରହୁଛି ବୋଲି ଚର୍ଚ୍ଚା ଜୋର ଧରିଛି । ଗତ ତିନି ମାସ ହେଲା ହିତାଧିକାରୀ ଛତୁଆ ପାଇ ନଥିବା ବେଳେ ଚଳିତ ମାସରେ ଦିଆଯାଇଥିବା ଛତୁଆ କେଉଁ ମାସରେ ପ୍ରସ୍ତୁତ ହୋଇଛି ଲୋକେ ଜାଣିବେ କିପରି ? ଅନ୍ୟ ପଟେ ପ୍ୟାକେଟ କରାଯିବାର ଏକ ମାସ ଭିତରେ ବ୍ୟବହାର କରନ୍ତୁ ବୋଲି ଲେଖା ଯାଇଥିବା ବେଳେ ଛତୁଆ କେବେ ତିଆରି ହୋଇଛି ତାରିଖ ଦିଶୁ ନାହିଁ । କିଛି ମାସ ପୂର୍ବରୁ ସ୍ଥାନୀୟ ପିପଲ ପଦର ଛତୁଆ ପ୍ଲାଣ୍ଟ ଆରମ୍ଭ ହୋଇଥିଲା, ତିନି ମାସ ହେଲା ଛତୁଆ କାହିଁକି ଯୋଗାଣ କରାଯାଇ ନାହିଁ ପଚାରି ବୁଝିବାରୁ ମେସିନ ଖରାପ ଥିବା ଯୋଗୁଁ ଯୋଗାଣ ହୋଇ ନ ଥିଲା ବୋଲି ନେଇ ନୂତନ ଭାବେ ଯୋଗ ଦେଇଥିବା ସିଡିପିଓ କହିଥିଲେ । ବୁଧୁବାର ଦିନ ଗୋଟିଏ ମାସର ଛତୁଆ ଦେଇ ଆସନ୍ତା ଶନିବାର ଦିନ ବାକି ଥିବା ଛତୁଆ ଦିଆଯିବ ବୋଲି ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ କୁହାଯାଇଛି । ତେବେ ଏଠାରେ ହିତାଧିକାରୀ ବୁଝି ପାରୁ ନାହାନ୍ତି ଯେ ଏଥର ଦିଆଯାଇଥିବା ଛତୁଆ କେଉଁ ମାସରେ ପ୍ରସ୍ତୁତ ହୋଇଛି । ସେହିପରି ଯୋଗାଣ ହେଉଥିବା ଜରି ନିମ୍ନ ମାନର ବୋଲି ଆଲୋଚନା ହେଉଛି । ତା’ସହିତ ସେହି ଜରି ବ୍ୟାଗର ଓଜନ ୪୯୦ ଗ୍ରାମର ହେବ କି ? ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ସହ ଛତୁଆ ପ୍ରସ୍ତୁତ କରୁଥିବା ସଂସ୍ଥା ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

jayashree
Leave A Reply

Your email address will not be published.