csstore

ରାଜ୍ୟ ସରକାରଙ୍କ ଛତୁଆ ବଣ୍ଟନ କାର୍ଯ୍ୟକ୍ରମ କାହା ପାଇଁ, ମାସ ମାସ ଧରି ମିଳୁନି ଛତୁଆ, ଖାଉଛି କିଏ : ସାଧାରଣରେ ପ୍ରଶ୍ନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : କେନ୍ଦ୍ର ତଥା ରାଜ୍ୟ ସରକାର ମହିଳା ଓ ଶିଶୁମାନଙ୍କ ବିକାଶ ତଥା କୁପୋଷଣକୁ ରୋକିବା ଦିଗରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି । ସେ ଭିତରୁ ଛତୁଆ, ବାଦାମ ଲଡୁ ଅନ୍ୟତମ । ଟିଟିଲାଗଡର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଉଦ୍ୟମ କ୍ରମେ ମା’ ଏବଂ ଶିଶୁମାନଙ୍କୁ ଉତ୍ତମ ଗୁଣର ଛତୁଆ କିପରି ମିଳିବ ସେ ନେଇ ଏକ ଛତୁଆ ପ୍ଲାଣ୍ଟ ମଧ୍ୟ ସ୍ଥାପନ ପିପଲ ପଦରଠାରେ କରାଇଲେ । ନିଜ ଅଞ୍ଚଳର ଶିଶୁ ମହିଳା ଏଥିରୁ ଲାଭ କ’ଣ ପାଇବେ କେବଳ କାଗଜପତ୍ରରେ ଚାଲିଛି ବଣ୍ଟନ । କିଛି ମାସ ପୂର୍ବେ ଏହାର ଖବର ପ୍ରସାରଣ କରିବା ପରେ ପୂର୍ବରୁ ତିନି ମାସ ଛତୁଆ ଓ ବାଦାମ ଲଡୁ ବଣ୍ଟନ କରାନଯାଇ ଥିବା ବେଳେ ଗୋଟିଏ ମାସର ଦେଲେ, ତାପରେ ତଦନ୍ତ ତଥା ଆରଟିଆଇ ଆଧାରରେ ଦିଆଯାଉଥିବା ତଥ୍ୟ ପ୍ରଦାନ କଲେ, ତିନି ମାସର କାହିକି ଛତୁଆ ଦିଆଯାଇନାହିଁ ପଚାରିବାରୁ ମେସିନ ଖରାପ ଥିଲା ବୋଲି ସିଡିପିଓ ଶ୍ରୀମତୀ ସାହୁ ଜଣାଇଥିଲେ ।

jayashree
Leave A Reply

Your email address will not be published.