csstore

ଛତୁଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଅଜୁ ନାଏକ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭଇଁଷା ଗ୍ରାମର ଅଜୁ ନାଏକ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇପାରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ୨୦୧୮ ମସିହାରେ ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ରରେ ଟ୍ରେନିଂ କରି କୃଷି ବିଭାଗ କର୍ମଚାରୀଙ୍କ ସହଯୋଗ କ୍ରମେ ଅଜୁ ଛତୁ ଚାଷ ବିଷୟରେ ତାଲିମ ନେଇ ଏକ କୁଡିଆ କରି ମାତ୍ର ୧୦ଟି ବେଡରୁ ଛତୁ ଚାଷ ଆରମ୍ଭ କରିଥିଲେ । ସେତେବେଳେ ଦୈନିକ ୨୦ରୁ ୨୫ କେଜି ଛତୁ ଅମଲ ହେବା ସହ ତାକୁ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ । ଦିନକୁ ଦିନ ଛତୁର ଚାହିଦା ବଢୁଥିବାରୁ ଅଜୁ ଏହାକୁ ସମ୍ପ୍ରସାରଣ କରି ଆଉ ୩ ଏକର ଜାଗାରେ ଚାଷ କରି ଆଉକିଛି ବେଡ ବଢ଼ାଇଥିଲେ । ଏବେ ସେ ବାର୍ଷିକ ୫ ଲକ୍ଷରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଥିବା ସହ ସେଠାରେ ୧୦ ଜଣ ଲୋକ କାମ କରି ତାଙ୍କର ପରିବାର ଚଳାଉଛନ୍ତି । କିନ୍ତୁ ସରକାରୀ ସ୍ତରରେ ଆଉକିଛି ଅଧିକ ସହାୟତା ମିଳିଲେ ଆଗକୁ ବଡ଼ ଆକାରରେ ଛତୁ ଫାର୍ମ କରି ଅନ୍ୟମାନଙ୍କୁ ଟ୍ରେନିଂ ଦେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପାରନ୍ତେ ଏବଂ ଅନେକ ଲୋକ ଆତ୍ମନିର୍ଭରଶୀଳ ହୋଇପାରନ୍ତେ ବୋଲି ସେ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.