csstore

ଦ୍ୱାରି ପଞ୍ଚାୟତରେ ମହିଳାଙ୍କୁ ଛତୁ ଚାଷ ତାଲିମ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ଅମ୍ବାଭନା ବ୍ଳକ ଅନ୍ତର୍ଗତ ଭଟଲି ବନାଞ୍ଚଲ ଅଧିନସ୍ତ ଦ୍ୱାରି ଗ୍ରାମ ପଞ୍ଚାୟତରେ ବରଗଡ ଷ୍ଟେଟବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ଶିବିର ପକ୍ଷରୁ ଉକ୍ତ ଗ୍ରାମର ୩୪ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାଙ୍କୁ ୧୦ ଦିନିଆ ଛତୁ ଚାଷ ପାଇଁ ତାଲିମର ଦେବାର ସୁଭାରମ୍ଭ କରାଯାଇଛି । ଉଦ୍‌ଘାଟନ ଉତ୍ସବରେ ବିଭାଗୀୟ ନିର୍ଦ୍ଦେଶକ ଡିଙ୍ଗିର ଭୋସାଗର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଲିମ ଶିବିରକୁ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବନରକ୍ଷୀ ଲିଜି ମହାପାତ୍ର, ସ୍ଥାନୀୟ ସରପଞ୍ଚ କଳ୍ପନା ଜାଲ ଯୋଗଦେଇ ମହିଳା ଚାଷୀଙ୍କୁ ପୋଷାକ, ବହି, ଖାତା, ଡଟପେନ ବଣ୍ଟନ କରିଥିଲେ । ତାଙ୍କ ସହ ଝସକେତନ ମେହେର, ଆଲୋକ ଦାସ, ଆମ ଜଙ୍ଗଲ ଯୋଜନାର ଦଲପତି ନବକିଶୋର ପ୍ରଧାନ, ଡିଓ ବିନୟ କୁମାର ଶିକା, ହେମସାଗର ମହାକୁର ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.