jsm

ସମ୍ବଲପୁରୀ ଦିବସରେ ଖବରକାଗଜ ବିତରକଙ୍କୁ ଛତା ବଣ୍ଟନ

csstore

ବରଗଡ଼, (ନିରୋଜ କୁମାର ପାଣୀ) : ଅଗଷ୍ଟ ୧ ତାରିଖ ସମଗ୍ର ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ ଦିନ୍ ପାଳନ ପାଇଁ ନାଚଗୀତ ଭୋଜି ଭାତର ଆୟୋଜନ ହେଉଥିବା ବେଳେ ବରଗଡ଼ ଜିଲ୍ଲାର ଅଗ୍ରଣୀ ମହିଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇନରହ୍ୱିଲ କ୍ଲବ ବରଗଡ଼ ସେଣ୍ଟ୍ରାଲ ପକ୍ଷରୁ ଏହାକୁ ଅଭିନବ ଭାବେ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା । ବର୍ତ୍ତମାନ ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ପ୍ରତ୍ୟେକ ଦିନ ସକାଳୁ ଉଠି ଘରକୁ ଘର ଯାଇ ଖବରକାଗଜ ବିତରଣ କରୁଥିବା ଯୁବ ବିତରକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ କ୍ଲବ ପକ୍ଷରୁ ବରଗଡ଼ ସହରର ଅନେକ ଖବର କାଗଜ ବିତରକମାନଙ୍କୁ ଗୋଟିଏ ଲେଖାଏଁ ଛତା ପ୍ରଦାନ କରାଯାଇଛି । କ୍ଲବ ସଭାନେତ୍ରୀ ମୌସୁମୀ ନାକୁଲାଙ୍କ ତତ୍ତ୍ୱାବଧାନରେ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ସମ୍ପାଦିକା ଆରତୀ ତୋମାର, ପିଙ୍କି ବଗର୍ତ୍ତି, ଗୀତାଞ୍ଜଳି ମେହେର, କବିତା ପନସାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏପରି ସାଧୁ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

yuvodaya
Leave A Reply

Your email address will not be published.