csstore

ବିଜେପିର ମଣ୍ଡଳ ସ୍ତରୀୟ ଯୁବମୋର୍ଚ୍ଚା ସଭାପତି ଚୟନ        

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନୁନିଆ ପାଲି ଗ୍ରାମ ପଞ୍ଚାୟତ ଖଲିଆ ପାଲି ଗ୍ରାମ ଆମ୍ବ ବଗିଚାରେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ଆଗଲପୁର ମଣ୍ଡଳ ଜୋନ ୧ରେ ବଲାଙ୍ଗିର ଜିଲ୍ଲା ଯୁବମୋର୍ଚ୍ଚାଙ୍କ ନିର୍ଦ୍ଦେଶ କ୍ରମେ ଏକ ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବି ଜେପିର ବରିଷ୍ଠ କର୍ମୀ ପାଣ୍ଡବ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅମରଜିତ୍ ପଟେଲ, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ରାଜେଶ୍ ସାହୁ, ଆଗଲପୁର ମଣ୍ଡଳ ସଭାପତି ହିମାଂଶୁ ସାହୁ, ମନ୍ତ୍ରୀଙ୍କ ପ୍ରତିନିଧି ପିତାମ୍ବର କଣ୍ଟା ଏବଂ ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶୁକେସ ଥପ୍ପାଙ୍କୁ ଆଗଲପୁର ମଣ୍ଡଳର ଯୁବମୋର୍ଚ୍ଚା ସଭାପତି ଭାବେ ଚୟନ କର।ଯାଇଛି । ତା’ ସହିତ ଉପସଭାପତି ଭାବେ ରାଜୀବଲୋଚନ ଭୋଇ, ଦେବାନନ୍ଦ ସାହୁ, ଲୋକେଶ୍ୱର୍ ପଟେଲ, ସାଧାରଣ ସମ୍ପାଦକ ଭାବେ ଡିଙ୍ଗର ଜାଲ, ବାବୁଲୁସାହୁ ଏବଂ ସମ୍ପାଦକ ଭାବେ ଘନଶ୍ୟାମ ଭୋଇ, ପ୍ରେମାନନ୍ଦ ପଧାନ, ଲଳିତ ମେହେର ଏବଂ କୋଷାଧ୍ୟକ୍ଷ ଭାବେ ସମୀର ବାରିକଙ୍କୁ ଚୟନ କରାଯାଇ ଥିବା ବେଳେ ଆଉ ୧୨ ଜଣ କମିଟିରେ ଚୟନ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ତୃଣମୂଳ ସ୍ତରରୁ ଦଳକୁ ସାଂଗଠାନିକ ସ୍ଥିତିକୁ ସୁଦୃଢ କରିବା ସହିତ ଗୋଷ୍ଠୀ କନ୍ଦଳ, ଦ୍ଵନ୍ଦ ନରଖି ସମସ୍ତେ ଏକତା ହୋଇ ପ୍ରଗତି ପଥରେ  କାର୍ଯ୍ୟକରିବା ପାଇଁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଆହ୍ୱାନ ଦେଇଥିଲେ ଓ ଏହା ସହିତ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ କର୍ମକର୍ତ୍ତାଙ୍କୁ ପ୍ରେରଣା ଦେଇଥିଲେ । ଏହିପରି ୨ ନମ୍ବର ଜୋନରେ ଧୀରେନ ପଟେଲ ଯୁବମୋର୍ଚ୍ଚା ସଭାପତି ଭାବରେ ଚୟନ କରାଯାଇଥିବା ଦଳ ସୂତ୍ରରୁ ପ୍ରକାଶ । ଆଜିର କାର୍ଯ୍ୟକ୍ରମରେ ସିଭିଲ ସାହୁ, ଉତ୍ତମ ନାୟକ, ପାଣ୍ଡବ ପୁଟେଲ, ସୁରଥ ଗଡତିଆ, ଦୁଃଖ ନ।ସନ୍ ପଧାନ, ମଣ୍ଟୁସାହୁ, ଠାକର ବରିହା, ସୁବାସ ଗଡତିଆ, ନିମାଇଁ ପଧାନ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ଶେଷରେ ସଭାପତି ପାଣ୍ଡବ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.