csstore

ତୁରେକେଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ରବିବାର ଦିନ ଚୟନ କରାଯାଇଛି । ସ୍ଥାନୀୟ ମଙ୍ଗଳ ଭବନରେ କ୍ରିିଷ୍ଣାନନ୍ଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ବ୍ଲକର ଏନପିଏସ ଶିକ୍ଷକମାନଙ୍କୁ ନେଇ ଗଠିତ ସଂଘରେ ସର୍ବସମ୍ମତି କ୍ରମେ ଅମରେନ୍ଦ୍ର ବାଗ(ସଭାପତି), ବିବେକ ରାୟ, ବିଜୟ ତାଣ୍ଡି, ତାପସ ମଲ୍ଲିକ(କାର୍ଯ୍ୟକାରୀ ସଭାପତି), ଅର୍ଜୁନ ଧରୁଆ(ସମ୍ପାଦକ), ଦୀପକ ବେହେରା, ଜେନାରାମ ମାହାର(ସହ ସମ୍ପାଦକ), ବିମଲ କୁମାର ହାତୀ(କୋଷାଧ୍ୟକ୍ଷ), ମନୋଜ ତାଣ୍ଡି(ସାମାଜିକ ସଂଯୋଜକ), ଜାନକିରାମ ସମବେଦମ(ଉପଦେଷ୍ଟା) ଭାବେ ମନୋନୀତ କରାଯାଇଛି । ଆଗାମୀ ଦିନରେ ଏନପିଏସ ଶିକ୍ଷକମାନଙ୍କ ବିଭିନ୍ନ ଦାବୀ ସରକାରଙ୍କଠାରେ ଉପସ୍ଥାପନ କରିବା ପାଇଁ ଆନ୍ଦୋଳନର ସଜବାଜ ହେବାକୁ ପଡିବ ବୋଲି ନୂତନ ସଭାପତି ଶ୍ରୀ ବାଗ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.