oom

ଚାଷୀ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ଅଂଚଳର ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ପାଇକମାଳ ବ୍ଳକ କଂଗ୍ରେସ କମିଟି ପକ୍ଷରୁ ବରଗଡ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପାଇକମାଳ ତହସିଲଦାରଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଗତ ଖରିଫ୍ ଋତୁ ସମୟରେ ଧାନ ସଂଗ୍ରହ ବେଳେ ପ୍ରଶାସନିକ ଅବହେଳା ଯୋଗୁଁ ଚାଷୀ ପାଖରେ ଟୋକନ ଥାଇ ସୁଦ୍ଧା କଷ୍ଟ ଉପାର୍ଜିତ ଧାନ ବିକ୍ରି କରି ନ ପାରି ଟୋକନ ଲେପ୍ସ ହେବା ଚାଷୀକୁ ଯେତିକି କଷ୍ଟ ହେଉଛି ସେତିକି କ୍ଷତି ସହିବାକୁ ପଡ଼ିଛି । ଚଳିତ ରବି ଋତୁରେ ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ଯଥେଷ୍ଟ ଧ୍ୟାନ ଦେବାକୁ ଲିଖିତ ଭାବେ ଜଣାଇ ଦିଆଯାଇଛି । ଚଳିତ ରବିଋତୁରେ ଧାନ ବିକ୍ରୟ ପାଇଁ ଚାଷୀ ପଞ୍ଜିକରଣ ବ୍ୟବସ୍ଥା ନବୀକରଣ ଫର୍ମ ସମେତ ଜମି ମାଲିକାନାର ଆଧାର କାର୍ଡ ଓ ମାଲଗୁଜାରି ରସିଦକୁ କୃଷି ସମବାୟ ସମିତି ଦାଖଲ ପାଇଁ ବାଧ୍ୟତାମୂଳକ କରାଯାଇଛି । ଯାହାକି ସମସ୍ତ ଚାଷୀଙ୍କ ପାଇଁ ସମ୍ଭବ ନୁହେଁ । ଚଳିତ ବର୍ଷ ସରକାର ମାଲଗୁଜାରିକୁ ଅନଲାଇନ ପେମେଣ୍ଟକୁ ବାଧ୍ୟତାମୂଳକ କରିଛନ୍ତି । ଯଦି ଗୋଟିଏ ଖତିଆନକୁ ଅନେକ ଭାଇ ଭାଗ ଚାଷ କରୁ ଥିବାବେଳେ ସମସ୍ତେ ଟଙ୍କା ଯୋଗାଡ କରିବା ଏକକାଳୀନ ସମ୍ଭବ ହୋଇ ପାରିବନାହିଁ । ଏମିତି ଅନେକ ଗୁଡ଼ିଏ କାରଣ ସହ ଆଶୁ ପ୍ରତିକାର ସକାଶେ ପାଇକମାଳ ବ୍ଳକ କଂଗ୍ରେସ କମିଟି ସଭାପତି ତଥା ଭେଙ୍ଗରେଜପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ବିନୋଦ ବିହାରୀ ବିଶ୍ୱାଳଙ୍କ ନେତୃ‌ତ୍ୱରେ ସର୍ବଶ୍ରୀ ଅଶ୍ୱିନୀ କୁମାର ପଟେଲ, ପ୍ରାଣବନ୍ଧୁ ଦାଶ, ବିଜୟାନନ୍ଦ ପଟ୍ଟନାୟକ, ଧନିରାମ ଭୋଇ, ବୈବସ୍ୱତା ପ୍ରଧାନ, ଚନ୍ଦୁଲାଲ ପ୍ରଧାନ, ଯୁବନେତା ଗତିକୃଷ୍ଣ ଭୋଇ, ପ୍ରହଲ୍ଲାଦ ସରାଫ, ରଘୁ ପ୍ରଧାନ, ରଘୁମଣୀ ବେହେରା, ପୂର୍ବତନ ପାଇକମାଳ ବ୍ଳକ ଅଧ୍ୟକ୍ଷ ବିନୋଦ କାଲିଆ ପ୍ରମୁଖ ଏକ ପ୍ରତନିଧି ଦଳ ଆଜି ସ୍ଥାନୀୟ ତହସିଲଦାର ପାଇକମାଳଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.