ପାଇକମାଲ କୋଅପରେଟିଭ ବ୍ୟାଙ୍କରେ ଚାଷୀ ହନ୍ତସନ୍ତ ଅଭିଯୋଗ : ବେପାରୀ ମାଲେମାଲ୍‌, ଚାଷୀ ବେହାଲ୍‌

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ କୋଅପରେଟିଭ ବ୍ୟାଙ୍କରେ ପ୍ରଧାନମନ୍ତ୍ରୀ ବୀମା ଟଙ୍କା ଓ ଧାନ ବିକ୍ରୟ ଟଙ୍କା ପାଇବା ପାଇଁ ଚାଷୀଙ୍କ ଲମ୍ବା ଲାଇନ ଲାଗିଛି । ବ୍ୟାଙ୍କ ସାମନାରେ ସକାଳୁ ରାତ୍ର ୯ ଘଣ୍ଟା ପର୍ୟ୍ୟନ୍ତ ଚାଷୀ ମାନେ ଟଙ୍କା ଉଠାଇବା ପାଇଁ ଜମା ହେଉଥିବା ବେଳେ ଚାଷୀଙ୍କୁ ଅତି ଅଳ୍ପ ଟଙ୍କା ପ୍ରଦାନ କରାଯାଇ ବ୍ୟାଙ୍କରେ ଟଙ୍କା ସରିଗଲା ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହି ବ୍ୟାଙ୍କ ବନ୍ଦ କରି ଦେଉଥିବା ବେଳେ ସଂଧ୍ୟାରେ ବେପାରୀ ଓ ଧାନ କିଣା ମଧ୍ୟସ୍ଥି ମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ଶୁଣିବାକୁ ମିଳୁଛି ଯେ, ବ୍ୟାଙ୍କ କର୍ତ୍ତୃପକ୍ଷ ଓ ମଧ୍ୟସ୍ଥି ମାନଙ୍କ ଭିତରେ ମଧୁଚନ୍‌ନ୍ଦ୍ରିକା ଚାଲିଛି । ପାଇକମାଲ କୋଅପରେଟିଭ ବ୍ୟାଙ୍କ ଉପରେ ପାଇକମାଲ ବ୍ଳକର ଜାମସେଠ, ଲଖମରା, ପଲସଦା, ପାଇକମାଲ ସେବା ସମବାୟ ସୋସାଇଟି ହଜାର ହଜାର ଚାଷୀ ନିର୍ଭର କରୁଥିବା ବେଳେ ୨୦ କି.ମି.ରୁ ୪୦ କି.ମି. ଦୂରରୁ ଚାଷୀ ମାନେ ବ୍ୟାଙ୍କକୁ ଆସି ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବା ସତ୍ବେ ବ୍ୟାଙ୍କରୁ ଟଙ୍କା ପାଇ ନପାରି ନିରାଶ ଓ ହତାଶ ହୋଇ ଫେରି ଯାଉଛନ୍ତି । ବ୍ୟବସାୟୀ ଓ ମଧ୍ୟସ୍ଥି ମାନେ ଆରାମରେ ଲକ୍ଷ ଲକ୍ଷ ଟଙ୍କା ଧରି ବ୍ୟାଙ୍କରୁ ଯାଉଛନ୍ତି ବୋଲି କୁହାଯାଇଛି। ପାଇକମାଲ କୋଅପରେଟିଭ ବ୍ୟାଙ୍କ ବିରୋଧରେ ଚାଷୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ତେଣୁ ତୁରନ୍ତ ଏହାର ସମାଧାନ ନ ହେଲେ ବ୍ୟାଙ୍କ ଘେରାଉ କରାଯିବ ବୋଲି ଚାଷୀ ନେତା ଯୋଗିନ୍ଦ୍ର ଭୋଇ ଓ ରାଜେନ୍ଦ୍ର ସେଠ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.