
ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ରବି ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଥିବା ବେଳେ ଚାଷୀଙ୍କୁ ଘାରିଛି ଧାନ ବିକ୍ରି ସମସ୍ୟା । ଟୋକନ୍ ସରିବାକୁ ବସିଲାଣି ହେଲେ ଚାଷୀଙ୍କ ଧାନ ବିକ୍ରି ହୋଇପାରୁନଥିବା ଅଭିଯୋଗ ଆଣି ଯୋଗାଣ ବିଭାଗ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ଚାଷୀ । ଆଜି ସହଁରାଟିକ୍ରା ମାର୍କେଟ ୟାର୍ଡର ଚାଷୀ ଧାନ ବିକ୍ରି ସମସ୍ୟା ନେଇ ଯୋଗାଣ ବିଭାଗ କାର୍ଯ୍ୟାଳୟ ଅଫିସରେ ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମଣ୍ଡିରେ ଦଲାଲ ରାଜ ଚାଲିଥିବା ବେଳେ ବିନା କଟ୍ନି ଛଟ୍ନିରେ ଧାନ ଉଠୁନଥିବା ଚାଷୀ ଅଭିଯୋଗ କରିବା ସହ ଧାନ ଉଠିବା ବ୍ୟବସ୍ଥା ଶିଘ୍ର କରାନଗଲେ ଆଗାମୀ ଦିନରେ ଯୋଗାଣ ବିଭାଗ କାର୍ଯ୍ୟାଳୟଠାରେ ଅନଶନରେ ବସିବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।