csstore

ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ହସ୍ପିଟାଲ ପରିସରରେ ସଫେଇ ଓ ଚାରା ରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଛତ୍ରପୁର ରୋଟାରୀ କ୍ଲବ ଓ ହସ୍ପିଟାଲ କର୍ମଚାରୀଙ୍କ ମିଳିତ ଆନୁକୂଲ୍ୟରେ ସଫେଇ କାର୍ଯ୍ୟକ୍ରମ ସହ ଚାରା-ରୋପଣ କାର୍ଯ୍ୟକ୍ରମ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ କ୍ଲବର ସଭାପତି ନିରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ସାମାଜିକ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ/ସଦସ୍ୟା ଓ ହସ୍ପିଟାଲ ଷ୍ଟାଫ କର୍ମଚାରୀମାନେ ଯୋଗଦେଇ ଚିକିତ୍ସାଳୟର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଥିଲେ ଏବଂ ହସପିଟାଲ ପରିସରରେ ହାତରେ ଝାଡୁ ଧରି ସଫେଇ ମଧ୍ୟ କରିଥିଲେ । ଏଥିରେ ହସ୍ପିଟାଲର ଭାରପ୍ରାପ୍ତ ସୁପରିନଟେଣ୍ଡେଟ ଡାକ୍ତର ସୁଦର୍ଶନ ସାହୁ ଓ ହସ୍ପିଟାଲ ମ୍ୟାନେଜର ଗଣେଷ ନାହାକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଛତ୍ରପୁର ରୋଟାରୀ କ୍ଲବର ସମ୍ପାଦକ ସୁଜିତ ପଟ୍ଟନାୟକ, ରୋଟାରୀୟାନ ସୁରଜିତ ସାମନ୍ତରାୟ, ପ୍ରଫୁଲ କୁମାର ପଟ୍ଟନାୟକ, ଦ୍ୱାରକା ପଟ୍ଟନାୟକ, ଏମ୍.ଧନଞ୍ଜୟ ରେଡ୍ଡୀ, ଏସ.ରେଖା ମହାନ୍ତି, ନିରୋଦ ପଟ୍ଟନାୟକ, ରବିନ୍ଦ୍ରନାଥ ସାହୁ, ଗୋଲାପ କୁମାରୀ ସାହୁ, ହାଇକୋଟ ଆଡଭୋକଟ୍ ପଦ୍ମ ଚରଣ ସାହୁଙ୍କ ସମେତ କ୍ଲବର ପ୍ରମୁଖ ସଦସ୍ୟ/ସଦସ୍ୟାମାନେ ଯୋଗଦେଇଥିଲେ ।

jayashree
Leave A Reply

Your email address will not be published.