ରାଉରକେଲା, (ସସ୍ମିତା ପ୍ରଧାନ) : ଶିଳ୍ପପତି ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଓରିଜିନାଲ ପାୱାର କ୍ଲବ ଆୟୋଜିତ ଓପନ୍ ସୁନ୍ଦରଗଡ ଡେଡଲିଫ୍ଟ ଚାମ୍ପିୟନସିପ୍ – ୨୦୨୪, ସେକ୍ଟର-୭ କମ୍ୟୁନିଟି ସେଣ୍ଟର ଠାରେ ଉଦ୍ଘାଟିତ ହୋଇଯାଇଛି । ବାସୁ ବାନାର୍ଜୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଆଥଲେଟିକ୍ ଆସୋସିଏସନର ସମ୍ପାଦକ ପ୍ରଭାତ କୁମାର ଭୋଇ, ସମ୍ମାନୀୟ ଅତିଥି ଭାବେ ରାଉରକେଲା ଜୋନ୍ – ୧ ଡିଏସ୍ପି ପୁଷ୍ପାଞ୍ଜଳୀ ନେଗି, ଶିଳ୍ପପତି ପଦ୍ମିନୀ ପାଣିଗ୍ରାହୀଙ୍କ ସମେତ ଓରିଜିନାଲ ପାୱାର କ୍ଲବ ଆୟୋଜକ ଓ ପି ସିଂହ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିଯୋଗିତା ଆରମ୍ଭରେ ହନୁମାନଙ୍କ ପୂଜାର୍ଚ୍ଚନା କରାଯିବା ସହିତ ରାଷ୍ଟ୍ରୀୟଗାନ ଗାନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ୧୪୬ ମହିଳା ଓ ପୁରୁଷ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗିତାର ବିକ୍ରମ ସ୍ୱାଇଁ, ସୋମନାଥ ପଟ୍ଟନାୟକ ଏବଂ ସମୀତା ବାରିକ ରେଫେରି ଭାବରେ ଡେଡଲିଫ୍ଟ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାର ଆୟୋଜକ ଓ. ପି. ସିଂହଙ୍କ ସମେତ ସୁରେଶ ଶର୍ମା, ଋଷି ସେବକ, ସିଦ୍ଧାର୍ଥ ଲୋହାନୀ, ହରିଶଙ୍କର ସା, ରଘୁ ଶର୍ମା ଓ କାର୍ଯ୍ୟକ୍ରମ ପରିଚାଳନାରେ ସାମସୁ ଲାକ୍ରା, ବିଜୟ ରାଉଳ, ରବିନ୍ଦ୍ର ଗଣ୍ଡ, ଦିଲେଶ୍ୱର ସାହୁ, ଶରତ ବେହେରା, ନକୁଳ ଶର୍ମା, ସୌମ୍ୟରଞ୍ଜନ ମହାନ୍ତି, ତାପସ ଭଟ୍ଟାଚାର୍ଯ୍ୟ, ଏନ୍ଡି ରେଡୀ, ଲବ ମହାନନ୍ଦିଆ, କଲ୍ୟାଣୀ ସିଂ, ବନାନୀ ବିଶ୍ୱାସ ଓ ଅରବିନ୍ଦ ନାୟକ ପ୍ରମୁଖ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ ।