pakka

କରୋନାରେ ଚାଲିଗଲେ ହୀରାପୁର ସରପଞ୍ଚଙ୍କ ସ୍ୱାମୀ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ହୀରାପୁର ପଂଚାୟତର ସରପଞ୍ଚ ରୀନା ବିଶିଙ୍କ ସ୍ୱାମୀ ଗୋପୀନାଥ ବିଶି(୫୦)ଙ୍କ ଶନିବାର ସକାଳେ ମୃତ୍ୟୁ ହୋଇଯାଇଛି । ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ । ଗତକାଲି ରାତିରେ ହଠାତ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଲୋଇସିଂହା ହସ୍ପିଟାଲ ଓ ପରେ ବଲାଂଗିର ଭୀମଭୋଇ ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଆଜି ସକାଳେ ତାଙ୍କ ଅକ୍ସିଜେନ ସ୍ତର କମିଯିବା ସହିତ ମୃତ୍ୟୁ ହୋଇଯାଇଥିବା ନେଇ ତାଙ୍କ ସହକର୍ମୀ ରମାକାନ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି । ସ୍ବର୍ଗତ ବିଶିଙ୍କ ଅକାଳ ମୃତ୍ୟୁରେ ତାଙ୍କ ପ୍ରିୟ ପରିଜନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

jay balangir
Leave A Reply

Your email address will not be published.

5 × two =

error: Content is protected !!