ନାଟ୍ୟ ଜଗତର ମହାନ୍‌ ସ୍ରଷ୍ଟା ପୁରୁଷ କ୍ଷିତୀଶ ପୁରୋହିତ ଚାଲିଗଲେ

ସମ୍ବଲପୁର, (କେପିଏନ୍‌ଏସ୍‌) : ନାଟ୍ୟ ଜଗତର ମହାନ୍‌ ସ୍ରଷ୍ଟା ପୁରୁଷ ତଥା ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ କ୍ଷିତୀଶ ପୁରୋହିତ(୭୪) ଚାଲିଗଲେ । ଗତକାଲି ଅପରାହ୍ନରେ ଭୁବନେଶ୍ୱର ଏମ୍‌ସ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିବା କୁହାଯାଇଛି । ହୃଦ୍‌ଘାତରେ ଜୀବନ ହରାଇଥିବା ଏହି ମହାନ୍‌ ପୁରୁଷ ଦୀର୍ଘ ୧ ମାସରୁ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ଦେହାନ୍ତରେ ସାରା ପଶ୍ଚିମ ଓଡ଼ିଶାର ନାଟ୍ୟଜଗତରେ ଶୋକର ଛାୟା ଖେଳିଯାଇଛି । ସେ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ଥିଲେ । ଅନେକ ନାଟକ ତଥା ଗୀତିନାଟ୍ୟରେ ନିର୍ଦ୍ଦେଶନା ଦେବା ସହ ଅଭିନୟ କରି ସୁନାମ ଅର୍ଜନ କରିଥିଲେ । ବହୁ ପ୍ରତିଭାର ଅଧିକାରୀ ସ୍ୱର୍ଗତ କ୍ଷିତୀଶ ପୁରୋହିତ ଅନେକ ଅନୁଷ୍ଠାନର ସମ୍ମାନିତ ତଥା ସମ୍ବର୍ଦ୍ଧିତ ହୋଇଥିଲେ ।

Leave A Reply

Your email address will not be published.