pakka

ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣାରେ ଅଭିଯୁକ୍ତ ୨ ଭାଇଙ୍କୁ କୋର୍ଟ ଚାଲାଣ

bbehera

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମହୁଳମୁଣ୍ଡା ଗ୍ରାମରେ ଗତ ସୋମବାର ସେହି ଗ୍ରାମର ଯୁବକ ଦୟାନିଧି ଦୁଣ୍ଡକିଆ(୫୨)ଙ୍କୁ ଗାଁ ପାଖ ଏକ ଧାନ ଖଳାରେ ନୃଶଂସ ଭାବେ ପଥରରେ ଛେଚି ହତ୍ୟା ଅଭିଯୋଗ ହୋଇଥିଲା । ଜମିବାଡ଼ି ବିବାଦକୁ ନେଇ ହତ୍ୟା କରିଥିବା ମୃତକଙ୍କ ସ୍ତ୍ରୀ ସାଧନୀ ଦୁଣ୍ଡକିଆ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କୋକସରା ପୋଲିସ ଘଟଣାର ତଦନ୍ତ ଚଲାଇଥିଲେ । ମୃତକଙ୍କ ବଡ଼ବାପା ପୁଅ ରୂପଧର ଦୁଣ୍ଡକିଆ(୪୦) ଓ କାକା ପୁଅ ଦେବରାଜ ଦୁଣ୍ଡକିଆ(୫୦)ଙ୍କୁ ଗିରଫ କରି ପଚରାଉଚରା ଚଲାଇଥିଲେ । ସମସ୍ତ ତଥ୍ୟ ଆଧାରରେ ବୁଧବାର ଦୁଇ ଭାଇଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ କୋକସରା ଥାନା କେସ୍‌ ନମ୍ବର ୨୯୬/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ଧାରା ୩୦୨, ୩୪ ଆଇପିସିରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

eighteen + 19 =