pakka

ବିଦ୍ୟାଳୟରେ ବିସ୍ଫୋରଣ ଘଟି ୧୬ ମୃତ, ୨୪ ଆହତ

କାବୁଲ : ଆଫଗାନିସ୍ତାନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଆଇବାକ୍‌ ସହରର ଏକ ବିଦ୍ୟାଳୟରେ ଘଟିଛି । ଏହି ବିସ୍ଫୋରଣରେ ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମ୍‌ରେ ୨୪ ଜଣ ଆହତ ହୋଇଛନ୍ତି । ସୂଚନାନୁଯାୟୀ, ବୁଧବାର ଅପରାହ୍ନରେ ପ୍ରାର୍ଥନା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ପରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଫଗାନିସ୍ତାନର ତାଲିବାନ ସରକାର ଦେଇଥିବା ସୂଚନା ଅନୁଯାୟୀ, ବିସ୍ଫୋରଣରେ ପ୍ରାଣ ହରାଇଥିବା ୧୬ ଜଣଙ୍କ ମଧ୍ୟରେ ୧୦ ଛାତ୍ର ଅଛନ୍ତି । ତେବେ ବିସ୍ଫୋରଣର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ ।

Leave A Reply

Your email address will not be published.

1 × 2 =