pakka

ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ୧୩ଟି ବିଷୟରେ ଖୋଲିଲା ପିଜି

bbehera

କେନ୍ଦୁଝର : ସ୍ଥାନୀୟ ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୨୦୨୩-୨୪ ବର୍ଷ ପାଇଁ କଳା ଏବଂ ବିଜ୍ଞାନରେ ୧୩ଟି ବିଷୟରେ ପିଜି ବା ସ୍ନାତକୋତ୍ତର ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁମତି ମିଳିଛି । ସବୁ ବିଭାଗରେ ୧୬ ଜଣ ଛାତ୍ରୀଛାତ୍ରଙ୍କ ନାମ ଲେଖା ହେବ । ସେହିପରି ଭୂତତ୍ତ୍ୱ ବିଜ୍ଞାନ ସ୍ନାତକୋତ୍ତରରେ ୮ଟି ସିଟ୍‌କୁ ବୃଦ୍ଧି କରାଯାଇ ୧୬ଟି ସିଟ୍‌ରେ ନାମ ଲେଖା ପାଇଁ ଅନୁମତି ଦିଆଯାଇଛି । ଓଡ଼ିଆ, ଇଂରାଜୀ, ନୃତତ୍ୱ, ସମାଜତତ୍ତ୍ୱ, ଶିକ୍ଷା, ଇତିହାସ, ଅର୍ଥନୀତି, ସଂସ୍କୃତ, ଗଣିତ, ପଦାର୍ଥ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଏବଂ ଉଦ୍ଭିଦ ବିଜ୍ଞାନରେ ୧୬ଟି ସିଟ୍‌ ପାଇଁ ଅନୁମତି ମିଳିଛି । ଆସନ୍ତାଶିକ୍ଷା ବର୍ଷରୁ ଛାତ୍ରଛାତ୍ରୀ ନାମ ଲେଖାଇବାର ସୁଯୋଗ ପାଇବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

13 − six =