ଦେଶୀ ବନ୍ଧୁକ ମରାମତି ବେଳେ ଫୁଟିଲା ଗୁଳି : ୫ ଆହତ

ପାପଡାହାଣ୍ଡି/ମୈଦଲପୁର : ଦେଶୀ ବନ୍ଧୁକ ମରାମତି ବେଳେ ଗୁଳି ଫୁଟିବାରୁ ମାଲିକ ସହ ୫ ଜଣ ଆହତ ହୋଇଛନ୍ତି । ଆହତମାନେ ହେଲେ ପୂଜାରୀଗୁଡା ଗ୍ରାମର ବୁଦୁ ମାଝୀ(ବନ୍ଧୁକ ମାଲିକ), ମୈଦଲପୁରର ସବିତା ମାଳି, ବେତଝରଣର ଫୁଲରିଡା କଚିମ, ନୀଳାଦ୍ରିଗୁଡାର ତୁଳସା ପୂଜାରୀ ଏବଂ ମୁକ୍ତା ଜାନି । ସମସ୍ତଙ୍କୁ ମୈଦଲପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଖବରପାଇ ମୈଦଲପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ସୂଚନା ଅନୁସାରେ, ବୁଦୁଙ୍କ ଦେଶୀ ବନ୍ଧୁକକୁ ମୈଦଲପୁର ବନ ବିଭାଗ ୨୦୧୨ରେ ବାରହା ମାରିବା ଅଭିଯୋଗରେ ଜବତ କରିଥିଲା । ତେବେ ସେ କୋର୍ଟରୁ ଅର୍ଡର ଆଣି ପୁଣି ଥରେ ନିଜ ପାଖରେ ବନ୍ଧୁକ ଓ ଗୁଳି ରଖିଥିଲେ । ବୁଧବାର ମୈଦଲପୁର ସାପ୍ତାହିକ ହାଟ ଚାଲୁଥିବା ବେଳେ ହାଟରେ ଥିବା ଏକ ହୋଲ ୱେଲ୍ଡିଂ ଦୋକାନରେ ମରାମତି କରୁଥିବା ସମୟରେ ହଠାତ୍‌ ବନ୍ଧୁକରୁ ଗୁଳି ଫୁଟି ବନ୍ଧୁକ ମାଲିକ ସହ ୫ ଜଣ ଆହତ ହୋଇଥିଲେ ।

Leave A Reply

Your email address will not be published.

fifteen − six =

error: Content is protected !!