pakka

ବଲାଙ୍ଗିର-ବରଗଡ ଜାତୀୟ ରାଜପଥ୨୬ କରନ ଢାବା ନିକଟରେ ସଡକ ଦୁର୍ଘଟଣା, ବାଇକ ଚାଳକ ଡାକ୍ତର ଖାନାରେ ଭର୍ତ୍ତି

bbehera

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ବରଗଡ ଜାତୀୟ ରାଜପଥ ୨୬ ମାନସ ବିହାର ରୁଗୁଡିଖାଲ କରନ ଢାବା ନିକଟରେ ନୂତନ ତିଆରି କଲଭର୍ଟରେ ଏକ ବାଇକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଡୁଙ୍ଗୁରିପାଲିର ସହଲା ଗ୍ରାମରୁ ବୁଢିପଦରଗ୍ରାମକୁ ବାହାଘର ଆସିଥିବା ଜଣେ ବ୍ୟକ୍ତି ବାହାଘର ସାରି ଏକ ହିରୋହୋଣ୍ଡା ପେସନ ପ୍ରୋ ବାଇକ (ଓଆର୍‌୩୧୨୪୨୩)ରେ ନିଜ ଗ୍ରାମ ସହଲାକୁ ଫେରୁଥିବା ସମୟରେ ରୁଗୁଡିଖାଲ କରନ ଢାବା ନିକଟରେ ନୂତନ ଭାବେ ତିଆରି କଲଭର୍ଟରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା । ଫଳରେ ବାଇକ ଚାଳକ ଜଣକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ନିକଟସ୍ଥ ଡୁଙ୍ଗୁରିପାଲି ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଆଜି ସକାଳ ୧୧ଘଣ୍ଟା ସମୟରେ ମଧ୍ୟ ଝାରବନ୍ଧଲିଠାରେ ନୂତନ ତିଆରି କଲଭର୍ଟରେ ବାଇକ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ହୋଇଯାଇଛି ।

ବରଗଡ ବଲାଙ୍ଗିର ଜାତୀୟ ରାଜପଥ ୨୬ ପ୍ରଶସ୍ତିକରଣ କାମ ଚାଲୁ ଥିବାରୁ ପୁରୁଣା କଲଭର୍ଟ ଗୁଡିକୁ ଭାଙ୍ଗି ନୂତନ କଲଭର୍ଟ ତିଆରି ଚାଲୁଛି । ତେଣୁ ଯାନବାହାନ ଚଳାଚଳ ପାଇଁ ବାଇପାସ ରାସ୍ତା ତିଆରି ହୋଇଛି । ବାଇପାସ ରାସ୍ତାରେ ମେଟାଲ ପଥର ଗୁଣ୍ଡ ବିଛା ଯାଇଥିବାରୁ ଏବଂ ପ୍ରତିଦିନ ବାଇପାସ ରାସ୍ତା ଉପରେ ପାଣି କ୍ୟୁରିଙ୍ଗ କରୁନଥିବାରୁ ଯାନବାହାନ ଚଳାଚଳ ସମୟରେ ଗୁଣ୍ଡ ଉଡି ଧୂଆଁଳିଆ ହେବାରୁ ଆଗ ପଟରୁ ଗାଡି ଆସିଲେ ଦେଖାଯାଉ ନାହିଁ । ତେଣୁ ଏଠାରେ ଅନେକ ଦୁର୍ଘଟଣା ଘଟୁଛି ବୋଲି ଲୋକଙ୍କଠାରୁ ପ୍ରକାଶ । ପ୍ରକାଶଥାଉକି ଯେଉଁ କଲଭର୍ଟରେ ବାଇକ ଦୁର୍ଘଟଣା ଘଟିଛି ଗତମାସ ୨୬ ତାରିଖରେ ସେହି କଲଭର୍ଟରେ ଏକ କାରଦୁର୍ଘଟଣା ହେଇଥିଲା । ସେହି ସମୟରେ କାମ ଚାଲୁଥିବାର କିଛି ବୋର୍ଡ କିମ୍ବା ରାସ୍ତା ମାଟି କି ଅନ୍ୟ କିଛି ଉପାୟରେ ରାସ୍ତାକୁ ବନ୍ଦ କରାଯାଇ ନଥିଲା । ବାରମ୍ବାର ଏହି କଲଭର୍ଟ ମାନଙ୍କରେ ଯାନବାହାନ ଦୁର୍ଘଟଣା ହେଉଥିବା ସତ୍ୱେ ଠିକାଦାର କିମ୍ବା ପ୍ରଶାସନିକ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେଉଛି ।

jay balangir
Leave A Reply

Your email address will not be published.

twenty − 8 =