pakka

ଶାସ୍ତ୍ରୀନଗର ବାସିନ୍ଦା ଓ ଓଡ଼ିଶା ମୋ ପରିବାରର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜିତ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଶାସ୍ତ୍ରୀ ନଗର ବାସିନ୍ଦା ଓ ଓଡ଼ିଶା ମୋ ପରିବାରର ମିଳିତ ଆନୁକୂଲ୍ୟରେ ଶାସ୍ତ୍ରୀ ନଗର କଲ୍ଚରାଲ ଆସୋସିଏସନ୍‌ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଶିବିରଟି ମୁଖ୍ୟତଃ ଶାସ୍ତ୍ରୀ ନଗର ଅଞ୍ଚଳରେ କରୋନାରେ ପ୍ରାଣତ୍ୟାଗ କରିଥିବା ବାସିନ୍ଦା ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜନିତ ରୋଗରେ ମୃତ୍ୟବରଣ କରି ସମାଜ ସେବା ନିମନ୍ତେ ନିଜର ଚକ୍ଷୁଦାନ କରିଥିବା ଦୁଇ ମହିଳା ଭାଗ୍ୟଲକ୍ଷ୍ମୀ ଓ ଶୁଭଲକ୍ଷ୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ ହୋଇଥିଲା । ଆଞ୍ଚଳିକ ପୂର୍ବତନ କର୍ପୋରେଟର ନରେନ ସାହୁଙ୍କ ନେତୃତ୍ୱରେ ୩୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରରେ ବିଭିନ୍ନ ଆଞ୍ଚଳିକ ସଂଘ ଯଥା ଶାସ୍ତ୍ରୀ ନଗର ବ୍ୟବସାୟୀ ସଂଘ, ଶାସ୍ତ୍ରୀ ନଗର ଉନ୍ନୟନ ପରିଷଦ, ଶାସ୍ତ୍ରୀ ନଗର ମହିଳା ସମିତି ଓ ଶାସ୍ତ୍ରୀ ନଗର ବରିଷ୍ଠ ନାଗରିକ ସଂଘ ଆଦିର ସଭ୍ୟମାନେ ଯୋଗ ଦେଇ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ସମୀର ପ୍ରଧାନ, ଉମାନାଥ ମିଶ୍ର, ଗିରିଜା ନନ୍ଦ ମହାନ୍ତି, ଅଭିରାମ ଜେନା, ରଜନୀ ରାଣୀ ରାଜହଂସ ଓ ପିସି ପାଠୀ ଓ ହରେନ୍ ସାହୁ ଆଦି ଉପସ୍ଥିତ ଥିବା ବେଳେ, ଓଡ଼ିଶା ମୋ ପରିବାରର ଯୁଗ୍ମ ସମ୍ପାଦକ ରୁଦ୍ରନାରାୟଣ ସାମନ୍ତରାୟ ଏହି ଶିବିରର ସଞ୍ଚାଳନ କରିଥିଲେ ।

jay balangir
Leave A Reply

Your email address will not be published.

seven − 2 =