pakka

ପିତୃମାତୃହୀନ ଶିଶୁଙ୍କୁ ଜିଲ୍ଲାପାଳଙ୍କ ସହାୟତା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ବଲାଙ୍ଗିର ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ରେଡକ୍ରସ ପାଣ୍ଠିରୁ ପ୍ରଦାନ କରାଯାଇଥିବା ୨୦ ହଜାର ଟଙ୍କା ସହାୟତାକୁ ଲକ୍ଷ୍ମୀ ସିଂ ଓ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି, ସଭ୍ୟ ଡା. ଗୋଦାବରୀଶ ରଥ, ବିରଞ୍ଚି ବହିଦାର, ସୁନିତା ତ୍ରିପାଠୀ, ଅରୁଣ ଖୁଆସ ପିତୃମାତୃହୀନ ଶିଶୁ ଦ୍ୱୟ ଗୋପୀନାଥ ଓ କିଶାନ ଧରୁଆଙ୍କୁ ତାଙ୍କର ଆନନ୍ଦ ନଗର, ବଲାଙ୍ଗିର ଭଡାଘରକୁ ଯାଇ ହସ୍ତାନ୍ତର କରିଥିଲେ । ଉକ୍ତ ଅର୍ଥରେ ତାଙ୍କର ସ୍ୱର୍ଗତ ମାତା ମନ୍ଦାର ଧରୁଆଙ୍କ ଶୁଦ୍ଧିକ୍ରିୟା ତଥା ଚଳଣି ସକାଶେ ଜିଲ୍ଲାପାଳ ସହାୟତା ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉପରୋକ୍ତ ଶିଶୁଦ୍ୱୟଙ୍କ ମା’ ମନ୍ଦାର ଧରୁଆଙ୍କୁ ଟଙ୍କା ପଇସା ଦେନ-ନେଣ ଝମେଲାକୁ ନେଇ ଜଣେ ରୋଷେୟା ପେଟ୍ରୋଲ ଢାଳି ପୋଡି ଦେବାରୁ, ମନ୍ଦାର ଧରୁଆଙ୍କ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ହୋଇଯିବା ପରେ ଶିଶୁ ଦ୍ୱୟ ଅସହାୟ ହୋଇଯାଇଥିଲେ । ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶିଶୁଦ୍ୱୟଙ୍କୁ ଅନ୍ୟାନ୍ୟ ସମାଜିକ ସଂଗଠନର କର୍ମକର୍ତ୍ତା, ପଡୋଶୀ, ପଡାବାସୀଙ୍କ ଉପସ୍ଥିତିରେ ଜିଲ୍ଲାରେ ଚାଲୁଥିବା ଶିଶୁଗୃହରେ ଥଇଥାନ କରାଯାଇ, ଧନ୍ଦାମୂଳକ ଶିକ୍ଷାର ବ୍ୟବସ୍ଥା କରାଯାଇ ସ୍ୱାବଳମ୍ବୀ କରି ଗଢାଯିବ ବୋଲି ୩-୪ ଥର ଅରୁଣ ଖୁଆସ ସମାଜିକ କର୍ମୀ ଏବଂ ଲକ୍ଷ୍ମୀ ସିଂ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବୁଝାଇ କହିଥିଲେ । ଶିଶୁଦ୍ୱୟ ମା’ଙ୍କ ଶୁଦ୍ଧିକ୍ରିୟା ସରିଯିବା ପରେ ଶିଶୁ ଗୃହରେ ଥଇଥାନ ହେବାକୁ ସହମତ ହୋଇଥିଲେ । ଏତଦ୍ ବ୍ୟତିତ ଶିଶୁଦ୍ୱୟଙ୍କ ପାଇଁ ସହରୀ ଆବାସ ଯୋଜନା ଗୃହ, ମୃତ୍ୟୁ ପ୍ରମାଣପତ୍ର, ଉତ୍ତରାଧିକାରୀ ପ୍ରମାଣପତ୍ର, ଶ୍ରମ ବିଭାଗରୁ ଥିବା ସହାୟତା ରାଶି ପ୍ରଭୃତି ବନ୍ଦୋବସ୍ତ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଶିଶୁଦ୍ୱୟଙ୍କ ଘରକୁ ଯାଇ ସରକାରୀ ସହାୟତା ସବୁକୁ ଗ୍ରହଣ ତଥା ସଦ୍‌ଉପଯୋଗ କରିବାକୁ ନାରୀ ଶକ୍ତି ଫାଉଣ୍ଡେସନର ନୂତନ ଦାଶ, ଜଗଦମ୍ବା ନାଏକ, ଅଙ୍କିତା ମହାନ୍ତି, ଶ୍ରାବଣୀ ମେହେର ତଥା ସତ୍ୟଜିତ ଛତ୍ରିଆ, ରାଜେଶ ବାରିକ, ହୃଷିକେଶ ସାହୁ, ଗଣ୍ଡାରାମ ମହାକୁର ପ୍ରମୁଖ ଉପସ୍ଥିତ ରହି ବୁଝାଇ କହିଥିଲେ ।

jay balangir
Leave A Reply

Your email address will not be published.

3 × two =