pakka

ବଲାଙ୍ଗିର ଜିଲ୍ଲାରେ ୫ମ ପର୍ଯ୍ୟାୟ ମତଦାନ ଶେଷ : ୭୮.୩୮ ପ୍ରତିଶତ ମତଦାନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୫ମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଆଜି ସମୁଦାୟ ୭୮.୩୮ ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ଆଜି ଜିଲ୍ଲାରେ ୫ମ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ସଇଁତଲା ଏବଂ ଟିଟିଲାଗଡ଼ ବ୍ଲକ୍‌ରେ ଭୋଟ ଗ୍ରହଣ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ମତଦାନ ସମାପ୍ତ ହୋଇଥିବା କୁହାଯାଇଛି । ସଇଁତଲା ବ୍ଲକ୍‌ରେ ୭୭.୯୪ ପ୍ରତିଶତ ଭୋଟର୍‌ ଭୋଟ୍‌ ଦେଇଥିବା ବେଳେ ଟିଟିଲାଗଡ ବ୍ଲକ୍‌ରେ ୭୮.୮୧ ପ୍ରତିଶତ ମତଦାତା ନିଜ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଦୁଇଟି ବ୍ଲକ୍‌ରେ ସମୁଦାୟ ୧୭୫୪୯୨ ଜଣ ଭୋଟର ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୭୫୭୦ ଜଣ ଭୋଟର୍‌ ଭୋଟ୍‌ ଦେଇଥିବା ସୂଚନାରେ କୁହାଯାଇଛି ।

jay balangir
Leave A Reply

Your email address will not be published.

1 + 15 =