ଚଳନ୍ତା କାର୍‌ରେ ଲାଗିଗଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଚାଳକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳନ୍ତା କାର୍‌ରେ ଲାଗିଗଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଚାଳକ । ଏଭଳି ଘଟଣା ଘଟିଛି ବଲାଙ୍ଗିର-ମହିମୁଣ୍ଡା ରାସ୍ତାର ପୁଡାପାଲି ଛକ ନିକଟରେ । ସୂଚନା ଅନୁସାରେ, ବଲାଙ୍ଗିର ସହରର ବ୍ୟବସାୟୀ ରୂପେଶ ଅଗ୍ରୱାଲ ନିଜ କାର୍‌ରେ ତୁଷୁରାକୁ ଯାଉଥିଲେ । ତେବେ ହଠାତ୍‌ ସର୍ଟସର୍କିଟ ଯୋଗୁଁ ତାଙ୍କ କାର୍‌ରୁ ଧୂଆଁ ବାହାରିଥିବା ବେଳେ ରୂପେଶ କାର୍‌ଟିକୁ ଅଟକାଇ ନିଜେ ଓହ୍ଲାଇ ଯାଇଥିଲେ । ପରେ ତାଙ୍କ ଆଖି ସାମ୍ନାରେ ହୁତୁ ହୁତୁ ହୋଇ ତାଙ୍କ କାର୍‌ ଜଳି ଯାଇଥିଲା । ଏହାକୁ ନେଇ ରୂପେଶ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବଲାଙ୍ଗିର ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଚିଂ ନିଅ‍ାଁକୁ ଆୟତ୍ତ କରିଥିଲେ । ସେତେବେଳକୁ କାର୍‌ଟି ଜଳିପୋଡି ଛାରଖାର ହୋଇଯାଇଥିଲା ।

Leave A Reply

Your email address will not be published.