oom

ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ମାଗଣା ଦ୍ୱିତୀୟ କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର

jsmm

ବରଗଡ, (ନିରୋଜ କୁମାର ପାଣୀ) : ଆଜି ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ଓ ବୀରମହାରାଜ ପୁରର ମିଳିତ ଆନୁକୂଲ୍ୟରେ ଦ୍ୱିତୀୟ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ବରଗଡ଼ ସ୍ଵୟଂ ସିଦ୍ଧା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୩୮ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯିବା ସହ ୨୬ ଜଣଙ୍କର ଅପରେସନ କରିବା ଏକ ସ୍ୱତନ୍ତ୍ର ବସ୍ ଯୋଗେ ଚିକିତ୍ସାଳୟକୁ ନିଆଯାଇଥିବା ସୂୁନା ମିଳିଛି । ନିଷ୍ଠା ପରିବାର ଦ୍ୱାରା ଆୟୋଜିତ ଏହି ସଭାରେ କୃତ୍ତିବାସ ରାଉତ ଓ ବରଗଡ ପ୍ରକଳ୍ପ ନିର୍ଦ୍ଦେଶକ ଫିତା କାଟି ଉଦ୍‌ଘାଟନ କରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ନିଷ୍ଠା ପରିବାର ତରଫରୁ ମହାନଦୀ ନେତ୍ର ଚିକିତ୍ସାଳୟର ଡାକ୍ତର ଓ କର୍ମଚାରୀଙ୍କୁ ମୋମେଣ୍ଟୋ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାନଦୀ ନେତ୍ର ଚିକିତ୍ସାଳୟର ମୁଖ୍ୟ ଡ଼ାକ୍ତର ପି.କେ.ସିଂହ, ସୁଜିତ କୁମାର ଥପା, ଢାଲେଶ କୁମାର ପ୍ରଧାନ ନିଷ୍ଠାର ସଭାପତି ରକ୍ଷପାଳ ସାହୁ, ସମ୍ପାଦକ ଅଶ୍ବିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ମଦନମୋହନ ଦାଶ, ଆଶିଷ କର, କ୍ଷୀରୋଦ୍ର ସାହୁ ଓ ନିଷ୍ଠାର ସମସ୍ତ ସଦସ୍ୟ ଓ ନିଷ୍ଠା ମହିଳା ଶାଖାର ମୁଖ୍ୟ ତ୍ରିପୁରା ସୁହୁଲା, ରିତୁ ପିପଲାନି, ସୋନାଲି ମୁଖାର୍ଜୀ, ପ୍ରଜ୍ଞା ଉତ୍କଳିକା ମିଶ୍ର ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.